ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ରାକ୍ଷୀ ପୂର୍ଣ୍ଣିମା ତିଥିରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀ ପାଖକୁ ରାକ୍ଷୀ ବାନ୍ଧିବାକୁ ଆସିଥିବା ଶଳା ଚକାଡୋଳା ଆଚାରୀଙ୍କୁ ଭିଣୋଇ ଉଦୟନାଥଙ୍କ ଏସିଡ ଆକ୍ରମଣର ଶିକାର ହୋଇଛନ୍ତି। ଯାହାପରେ ଚକାଡୋଳା ଆଚାରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତ ଭିଣୋଇଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ଟାଉନ୍ ଥାନା ଅନ୍ତର୍ଗତ ବିଷ୍ଣୁ ନଗରରେ ପୋଲିସ ଚଢାଉ କରି ଉଦୟନାଥ ଆଚାରୀଙ୍କୁ ଗିରଫ କରିଛି। ଉଦୟନାଥଙ୍କଠାରୁ ପୋଲିସ ଏକ ଏସିଡ କାଚ ଓ ଚକାଡୋଳାଙ୍କ ପୋଡ଼ି ଯାଇଥିବା ପୋଷାକ ଜବତ୍ କରିଛି। ଥାନାରେ ଜେରା କରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁର୍ବ ଶତୃତାକୁ ନେଇ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି।


