Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%
ଆଜିର ଖବର

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
India GDP Growth
ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%

ନୂଆଦିଲ୍ଲୀ: କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ପାଇଁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ପ୍ରକାଶ କରିଛି। ୨୦୨୨-୨୩କୁ ଆଧାର ବର୍ଷ ଭାବେ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜିଡିପି ତଥ୍ୟ ପ୍ରକାଶ ପାଇଛି। ସ୍ଥିର ମୂଲ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ୍‌ ଜିଡିପି ପରିମାଣ ୮୧.୩୬ ଲକ୍ଷ କୋଟି ଟଙ୍କା ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଚଳିତ ବର୍ଷ ଅଭିବୃଦ୍ଧି ହାର ୭.୮% ରହିଛି। ଅନ୍ୟପକ୍ଷରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ବା ଚଳନ୍ତି ମୂଲ୍ୟରେ ଜିଡିପି ପରିମାଣ ୮୮.୨୭ ଲକ୍ଷ କୋଟି ଟଙ୍କା ରହିଛି ଯାହାକି ପୂର୍ବ ବର୍ଷର ସମାନ ଅବଧିରେ ୮୦ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ୧୦.୩% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିର ଏବଂ କ୍ରମାଗତ ଅଭିବୃଦ୍ଧି ବଜାୟ ରଖିବାରେ ସକ୍ଷମ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବାସ୍ତବ ସକଳ ମୂଲ୍ୟବୃଦ୍ଧି ବା ଜିଭିଏ ଆନୁମାନିକ ୮.୨% ଅଭିବୃଦ୍ଧି ହାସଲ କରିଛି। ସେହିପରି ନାମମାତ୍ର ଜିଭିଏ ୧୧.୦୫% ଅଭିବୃଦ୍ଧି ହୋଇଛି । ଅର୍ଥ, ରିଅଲ ଇଷ୍ଟେଟ୍‌, ଆଇଟି, ବୃତ୍ତିଗତ ସେବା କ୍ଷେତ୍ରରେ ୧୨.୧% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହାର ପ୍ରଭାବ ଟର୍ସିୟାରୀ ବା ତୃତୀୟକ  କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି କ୍ଷେତ୍ର ୧୦% ଅଭିବୃଦ୍ଧି ହାସଲ କରି ଅର୍ଥବ୍ୟବସ୍ଥାର ଦୃଢ଼ତାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ମାଧ୍ୟମିକ କ୍ଷେତ୍ରରେ ୮.୬% ଏବଂ ପ୍ରାଥମିକ କ୍ଷେତ୍ରରେ ୨.୯% ଅଭିବୃଦ୍ଧି ହୋଇଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୩.୬% ଅଭିବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ପୁଞ୍ଜି ବ୍ୟୟ କ୍ଷେତ୍ରରେ ଜିଏଫସିଏଫରେ ୧୧.୯% ଅଭିବୃଦ୍ଧି ଦେଖିବାକୁ ମିଳିଛି। ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ ପିଏଫସିଇରେ ୭.୧% ବୃଦ୍ଧି ପାଇଛି।

ଜିଡିପି ଅଭିବୃଦ୍ଧି ପ୍ରଥମ ତ୍ରୈମାସ ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ଭାରତୀୟ ଅର୍ଥବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ

August 31, 2026

ଖୋରଧା ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

August 31, 2026

କଂଗ୍ରେସରେ ଯୋଗ ଦେଲେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, କହିଲେ..

August 31, 2026

ନେପାଳରେ ଭୟାବହ ବନ୍ୟାତାଣ୍ଡବ: ମୃତ୍ୟୁସଂଖ୍ୟା ୯୦୦ ଡେଇଁଲା, ୪୮୦୦ରୁ ଉର୍ଦ୍ଧ୍ୱ ନିଖୋଜ

August 31, 2026
Latest News

ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ରହିଲା ୭.୮%

August 31, 2026

ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ

August 31, 2026

ଖୋରଧା ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

August 31, 2026

କଂଗ୍ରେସରେ ଯୋଗ ଦେଲେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, କହିଲେ..

August 31, 2026

ନେପାଳରେ ଭୟାବହ ବନ୍ୟାତାଣ୍ଡବ: ମୃତ୍ୟୁସଂଖ୍ୟା ୯୦୦ ଡେଇଁଲା, ୪୮୦୦ରୁ ଉର୍ଦ୍ଧ୍ୱ ନିଖୋଜ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.