Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର
ଆଜିର ଖବର

ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

September 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର
ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଥତା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀ ବୃଷ୍ଟି ମୁଖାର୍ଜୀଙ୍କର ବୀରଭୂମି ଜିଲ୍ଲାସ୍ଥିତ ନିଜ ବାସଭବନରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ୨୮ ବର୍ଷୀୟା ବୃଷ୍ଟିଙ୍କ ମୃତଦେହ ରାମପୁରହାଟ ନିକଟସ୍ଥ କୁସୁମ୍ବା ଗ୍ରାମରେ ଥିବା ତାଙ୍କ ଘରର ଦ୍ୱିତୀୟ ମହଲା କୋଠରୀରେ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ଉଦ୍ଧାର କରାଯାଇଛି। ଘଟଣାର ସୂଚନା ପାଇବା ପରେ ରାମପୁରହାଟ ଥାନା ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାମପୁରହାଟ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲକୁ ପଠାଯାଇଛି। ବୃଷ୍ଟିଙ୍କ ପିତା ନିହାର ରଞ୍ଜନ ମୁଖାର୍ଜୀ ହେଉଛନ୍ତି ମମତା ବାନାର୍ଜୀଙ୍କ ମାମୁପୁଅ ଭାଇ ଏବଂ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା।

ସୂଚନା ଅନୁଯାୟୀ, ବୃଷ୍ଟି ମୁଖାର୍ଜୀ ବୋଲପୁରର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ। ୨୦୨୩ ମାର୍ଚ୍ଚ ମାସରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତି ପ୍ରକ୍ରିୟା ଅନିୟମିତତା ମାମଲାରେ ବହୁ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଚାକିରି ଯାଇଥିବା ବେଳେ ବୃଷ୍ଟି ମଧ୍ୟ ନିଜ ଚାକିରି ହରାଇଥିଲେ। ଚାକିରି ହରାଇବା ସହ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସେ ଗତ କିଛି ବର୍ଷ ହେଲାଣି ଗୁରୁତର ମାନସିକ ଅବସାଦରେ ରହି ଚିକିତ୍ସିତ ହେଉଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। କୋର୍ଟ ନିର୍ଦ୍ଦେଶ ଏବଂ ପରିବାରଗତ ସମସ୍ୟା ଯୋଗୁଁ ସେ ଏହି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଅଧିକ ସ୍ପଷ୍ଟ ହେବ।

ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ବୀରଭୂମି ବୃଷ୍ଟି ମୁଖାର୍ଜୀ ମମତା ବାନାର୍ଜୀ ମୃତଦେହ ଉଦ୍ଧାର ସନ୍ଦେହଜନକ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ଚିନି ଦର ନିୟନ୍ତ୍ରଣ ଓ କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ମହଜୁଦ ସୀମା ହ୍ରାସ

September 1, 2026
Latest News

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ଚିନି ଦର ନିୟନ୍ତ୍ରଣ ଓ କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ମହଜୁଦ ସୀମା ହ୍ରାସ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.