ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(BSE), ଓଡ଼ିଶା ଦ୍ଵାରା ଗତ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଶିକ୍ଷକ ପାତ୍ରତା ପରୀକ୍ଷା (OTET) ୨୦୨୬ର ଫଳାଫଳ ଆଜି ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇଛି। ଚଳିତ ବର୍ଷ ଉଭୟ ପେପର୍-୧ ଓ ପେପର୍-୨ରେ ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି। ସୂଚନା ଅନୁସାରେ, ଉଭୟ ପରୀକ୍ଷା ପାଇଁ ସମୁଦାୟ ୯୭,୧୫୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୮୪,୭୩୧ ଜଣ ପରୀକ୍ଷା ଦେଇଥିଲେ ଏବଂ ୧୨,୪୨୦ ଜଣ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୫୩,୩୧୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
ମୋଟ ୨୮,୮୨୧ ଜଣ ଫର୍ମ ପୂରଣ କରିଥିବା ବେଳେ ୨୪,୯୯୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭,୦୬୫ ଜଣ (୬୮ ପ୍ରତିଶତ) ପାସ୍ କରିଥିବା ବେଳେ ୩,୮୩୦ ଜଣ ଅନୁପସ୍ଥିତ ଥିଲେ। ମୋଟ ୬୮,୩୩୦ ଜଣ ଫର୍ମ ପୂରଣ କରିଥିବା ବେଳେ ୫୯,୭୪୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୬,୨୪୯ ଜଣ (୬୦.୬୮ ପ୍ରତିଶତ) ପାସ୍ କରିଥିବା ବେଳେ ୮,୫୯୦ ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ (www.bseodisha.nic.in / www.bseodisha.ac.in)ରେ ନିଜର ୟୁଜର ଆଇଡି, ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଏବଂ ପାସୱାର୍ଡ ମାଧ୍ୟମରେ ରେଜଲ୍ଟ ଓ ସ୍କୋରକାର୍ଡ ଯାଞ୍ଚ କରିପାରିବେ। ଏଥିସହିତ ଆସନ୍ତା ସେପ୍ଟେମ୍ବର ୭ ତାରିଖ ସକାଳ ୧୧ଟାରୁ ବୋର୍ଡ ୱେବସାଇଟ୍ରେ ନିର୍ଦ୍ଧାରିତ ଫି’ ପୈଠ କରି ପରୀକ୍ଷାର୍ଥୀମାନେ ନିଜର ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ।


