ଭୁବନେଶ୍ଵର: ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ (ODDA) ତରଫରୁ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ମାନଙ୍କ ଉପସ୍ଥିତିରେ ODDA ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଠନ କରାଯାଇଛି। ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଶାଖାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସର୍ବ ସମ୍ମତିକ୍ରମେ ଶାଖା କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଅଛି।
ଉକ୍ତ ବୈଠକରେ ନିମନ୍ତ୍ରିତ ଅତିଥିମାନେ ଯଥା କ୍ରମେ ODDA ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ, ODDA ରାଜ୍ୟ ସଂପାଦକ ଅକ୍ଷୟ ରଣା, ODDA ରାଜ୍ୟ ସହସଂପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା, ତତ୍ ସହ ODDA ଗଞ୍ଜାମ ଜିଲ୍ଳା ଶାଖା ସଭାପତି ରାଜଗୋପାଳ ପାଢୀ, ODDA ପୁରୀ ଜିଲ୍ଲାସଭାପତି ପ୍ରଦୀପ କୁମାର ପ୍ରଧାନ ମହୋଦୟଙ୍କ ଗରିମାମୟ ଉପସ୍ଥିତିରେ ଡାକ୍ତର ସୁରେନ୍ଦ୍ରନାଥ ଦାସ ଓ (ODDA) ର ନିମନ୍ତ୍ରିତ ଅତିଥିବୃନ୍ଦ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।
ପ୍ରାରମ୍ଭିକ ସଭାକାର୍ଯ୍ୟକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ପ୍ରସନ୍ନ କୁମାର ମିଶ୍ର (ବାପିସାର୍)। ବୈଠକରେ ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଉପଦେଷ୍ଟା ଡାକ୍ତର ସୁରେନ୍ଦ୍ରନାଥ ଦାସ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ
ନିମନ୍ତ୍ରିତ ଅତିଥିମାନେ ବୈଠକର ଆଭିମୁଖ୍ୟ, ODDA ର ନିୟମାବଳୀ ଓ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୁଚନା ପ୍ରଦାନ କରିଥିଲେ।
ODDA ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଚୟନିତ କର୍ମକର୍ତ୍ତା ହେଲେ….
ଉପଦେଷ୍ଟା- ଡାକ୍ତର ସୁରେନ୍ଦ୍ରନାଥ ଦାସ ଓ ନାଟ୍ୟକାର ଦିଲୀପ କୁମାର ବିଶ୍ୱାଳ (ଡାକ ସାର୍)
ସଭାପତି- ବିଭୂକଲ୍ୟାଣ ସାମନ୍ତରାୟ।
ଉପ ସଭାପତି- ପ୍ରିୟବ୍ରତ ହରିଚନ୍ଦନ।
ସମ୍ପାଦକ- ଅଶୋକ କୁମାର ପାତ୍ର (ସୁବାଷସାର )
ଯୁଗ୍ମ ସମ୍ପାଦକ- ଭାସ୍କର ଚନ୍ଦ୍ର ଚୌଧୁରୀ।
କୋଷାଦକ୍ଷ- ଶ୍ରୀନିବାସ ସାହୁ।
ସାଂଗଠନିକ ସଚିବ ଭାବେ ସୁନନ୍ଦ ପ୍ରଧାନ ଚୟନ ହୋଇଥିବା ବେଳେ, କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରସନ୍ନ କୁମାର ମିଶ୍ର, ମାନସ କୁମାର ରଥ ଓ ଉତ୍କଳ କେଶର ପ୍ରଧାନ ମନୋନୀତ ହୋଇଥିଲେ।
ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ବିଭୂକଲ୍ୟାଣ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ଜିଲ୍ଳାର ବହୁ ନାଟ୍ୟ ନିର୍ଦ୍ଦେଶକ ଆଲୋଚନାରେ ଭାଗ ନେଇଥିଲେ।
ପରିଶେଷରେ ଖୋର୍ଦ୍ଧା ଜିଲ୍ଲାର ନାଟ୍ୟ ନିର୍ଦ୍ଦେଶକ ସଂଘର ସମ୍ପାଦକ ଅଶୋକ କୁମାର ପାତ୍ର (ସୁବାଷ ସାର) ଧନ୍ୟବାଦ
ଅର୍ପଣ କରିଥିଲେ।


