ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଳାପାଳ ରମାକାନ୍ତ ସେଠୀଙ୍କ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । 57 ନମ୍ବର ଜାତୀୟ ରାଜପଥ ନିକଟସ୍ଥ କଲରାପଠାରେ ଏହି ଦୁର୍ଘଟଣା ଘଟିଥିଲା । ଅତିରିକ୍ତ ଜିଲ୍ଳାପାଳଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୋମବାର ସକାଳେ ତାଙ୍କର ମୃଥ୍ୟୁ ଘଟିଥିଲା ।