ଭାରତ ଏବଂ ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ। ରାହାଣେଙ୍କ ଶତକ ଏବଂ ବୁମ୍ରାଙ୍କ ୫ ଓ୍ବିକେଟ୍ ଫଳରେ ଭାରତ ଏହି ମ୍ୟାଚ୍ରେ ୩୧୮ ରନ୍ରେ ବିଜୟୀ ହୋଇଛି। ରାହାଣେଙ୍କ ଶତକ (୧୦୨), ହନୁମା ବିହାରୀଙ୍କ(୯୩) ଏବଂ ବିରାଟ କୋହଲିଙ୍କ(୫୧) ରନ୍ ସହାୟତାରେ ଭାରତ ୩୪୦/୭ରେ ଇନିଂସ ଘୋଷଣା କରିଥିଲା। ଫଳରେ ଓ୍ବିଣ୍ଡିଜ୍କୁ ୪୧୯ ରନ୍ର ବୃହତ ବିଜୟ ଲକ୍ଷ୍ୟ ମିଳିଥିଲା। ମାତ୍ର ଓ୍ବିଣ୍ଡିଜ୍ ୧୦୦ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା। ଭାରତ ପକ୍ଷରୁ ଯଶ୍ପ୍ରୀତ୍ ବୁମ୍ରା ୫ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଇଶାନ୍ତ ଶର୍ମା ୩ ଟି ଏବଂ ମହମ୍ମଦ ସାମି ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ। ଗତକାଲିର ଖେଳ ଆରମ୍ଭରୁ ବିରାଟ କୋହଲି ପୂର୍ବଦିନର ସ୍କୋରରେ ଆଉଟ ହୋଇଥିଲେ। ଏହା ବିହାରୀ ଏବଂ ରାହାଣେ ୧୩୫ ରନ୍ର ଭାଗିଦାରୀ କରିଥିଲେ। ୪୧୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଓ୍ବିଣ୍ଡିଜ୍ ୫୦ ରନ୍ରେ ୯ ଓ୍ବିକେଟ୍ ହରାଇଥିଲେ ମଧ୍ୟ ଶେଷ ଭାଗରେ କେମାର ରୋଚ୍ ୩୧ ବଲ୍ ୩୮ ରନ୍ ଫଳରେ ଓ୍ବିଣ୍ଡିଜ୍ ୧୦୦ ରନ୍ ଛୁଇଁ ପାରିଥିଲା। ଆଜିଙ୍କ୍ୟ ରାହାଣେଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।