ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍(ଏସ୍ପିଜି) ସୁରକ୍ଷା ହଟାଇ ଦେଇଛନ୍ତି। ଏହା ବଦଳରେ ତାଙ୍କୁ ଜେଡ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି । ମନମୋହନଙ୍କୁ ବର୍ତ୍ତମାନ ଦିଆଯାଉଥିବା ସୁରକ୍ଷା ଉପରେ ୩ ମାସ ପୂର୍ବରୁ ବିଭିନ୍ନ ସୁରକ୍ଷା ଏଜେନ୍ସି ରୋ ଓ ଆଇ ସମେତ କ୍ୟାବିନେଟ ସଚିବ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି। ତେବେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ କେବଳ ୪ଜଣଙ୍କୁ ହିଁ ଏସ୍ପିଜି ସୁରକ୍ଷା ଦିଆଯିବ। ଏହି ସୁରକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ଅଛନ୍ତି। ଏସପିଜି ହେଉଛି ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିରେ କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମୁତୟନ ହୋଇଥାନ୍ତି ।