Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ
ଆଜିର ଖବର

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍‌ରେ ସୋମବାର ବଡ଼ ନିଷ୍ପତ୍ତି ନିଆଯାଇଛି। ୧୨ଟି ବିଭାଗର ମୋଟ ୧୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ର ମୋହର ବାଜିଛି। ଏଥିରେ ପ୍ରଶାସନିକ ସଂସ୍କାର, କୃଷି ଓ ଜଳସେଚନ, ଶିକ୍ଷା, ରାସ୍ତା ନିର୍ମାଣ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି।

କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଜନ ବିଶ୍ୱାସ ବିଲ୍‌-୨୦୨୬କୁ ଅନୁମୋଦନ ଦିଆଯାଇଛି। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।

ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା (OSCS) କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ମୋଟ ଅନୁମୋଦିତ ପଦସଂଖ୍ୟା ୩୧୯ରେ ଅପରିବର୍ତ୍ତିତ ରହିବ। ତେବେ ବରିଷ୍ଠ ସ୍ତରରେ ୨ଟି ଅତିରିକ୍ତ ନିର୍ଦ୍ଦେଶକ ଓ ୬ଟି ଯୁଗ୍ମ ନିର୍ଦ୍ଦେଶକ ପଦ ସୃଷ୍ଟି ହେବ। ଉପନିର୍ଦ୍ଦେଶକ ପଦ ସଂଖ୍ୟା ୨୯ରୁ ବୃଦ୍ଧି ପାଇ ୩୨ ହେବ।

କୃଷି ଓ ଜଳସେଚନ କ୍ଷେତ୍ରରେ ମଧ୍ୟ କ୍ୟାବିନେଟ୍‌ ଗୁରୁତ୍ୱପୂର୍ଣ୍ଣ ମଞ୍ଜୁରୀ ଦେଇଛି। ୫ ବର୍ଷ ମଧ୍ୟରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ କରିବା ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ଲକ୍ଷ୍ୟ ରଖାଯାଇଛି।

ଏଥିପାଇଁ ୮,୬୫୩.୦୪ କୋଟି ଟଙ୍କା ବ୍ୟୟବରାଦ ସହ ‘ଓଡ଼ିଶାର ଜଳସେଚନ ପ୍ରକଳ୍ପଗୁଡ଼ିକରେ ପର୍ଯ୍ୟଟନ ସୁବିଧାର ବିକାଶ (ବୋଇତ)’ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଓଡ଼ିଶା କୃଷି ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ବିଭିନ୍ନ ପଦୋନ୍ନତି ସ୍ତରରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବ। ଏହାଦ୍ୱାରା କୃଷି ବିଭାଗର ପ୍ରଶାସନିକ ଓ କାର୍ଯ୍ୟକ୍ଷମତା ବଢ଼ିବାର ଆଶା ରହିଛି।

ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ ଭୂମି ପରିଚାଳନାକୁ ନେଇ ମଧ୍ୟ ଆସିଛି ବଡ଼ ନିଷ୍ପତ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି।

ରାଜ୍ୟର ସଡ଼କ ଭିତ୍ତିଭୂମି ବିକାଶକୁ ମଧ୍ୟ କ୍ୟାବିନେଟ୍‌ ଗୁରୁତ୍ୱ ଦେଇଛି। ଭବାନୀପାଟଣା-ମୁନିଗୁଡ଼ା ରାସ୍ତାକୁ ୨ ଲେନ୍‌ରୁ ୪ ଲେନ୍‌କୁ ବିକଶିତ କରାଯିବ। ଏଥିପାଇଁ ୧୯୬.୧୮ କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏହା ବ୍ୟତୀତ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି।

 

୨୦୨୬ odishacabinet ଓଡ଼ିଶା ଜନ ବିଶ୍ୱାସ ବିଲ୍‌-୨୦୨୬ ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା (OSCS) ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

September 7, 2026

୨୭୦ ରନ କରି ତିନୋଟି ରେକର୍ଡ ଭାଙ୍ଗିଲେ ଇଶାନ କିଷାନ: ପଛରେ ପଡ଼ିଲେ ଅନେକ ମହାନ ଖେଳାଳି

September 7, 2026
Latest News

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026

ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା: କଂଗ୍ରେସରେ ଯୋଗଦେଲେ ହୀରା ଠାକୁର

September 7, 2026

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.