Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ
ଆଜିର ଖବର

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Revenue Minister Holds Marathon Review of Key Schemes
Revenue Minister Holds Marathon Review of Key Schemes

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଲୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ଏବଂ ନାଗରିକ କୈନ୍ଦ୍ରିକ ସେବାଗୁଡ଼ିକର କାର୍ଯ୍ୟକାରିତା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଜ୍ୟର ଜନସାଧାରଣଙ୍କୁ ସ୍ୱଚ୍ଛ, ଦ୍ରୁତ ଓ ସୁଗମ ରାଜସ୍ୱ ସେବା ଯୋଗାଇଦେବା ସହ ଜମିଜମା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି। ରାଜ୍ୟରେ ଥିବା ପ୍ରାୟ ସମସ୍ତ ଭୂଦାନ ଜମିର ପୁରାତନ ରେକର୍ଡଗୁଡ଼ିକର ସ୍କାନିଂ, ଡିଜିଟାଲାଇଜେସନ୍ ଏବଂ ‘Bhoodan-LRMS Portal’ ମାଧ୍ୟମରେ ଭୂଲେଖ ସହ ଯୋଡ଼ାଯିବାର ବ୍ୟବସ୍ଥା କରାଯିବ।

ଡିଜିଟାଲ ରେକର୍ଡ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭୂଦାନ ଜମିର ଅବୈଧ ହସ୍ତାନ୍ତର ଓ ମ୍ୟୁଟେସନ୍ ଉପରେ କଟକଣା ଲଗାଯିବ। ଭୂଦାନ ଜମି ସମ୍ପର୍କିତ ଜାଲିଆତିର ଦୃଢ଼ ତଦନ୍ତ ହେବା ସହ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ଆଚାର୍ଯ୍ୟ ବିନୋବା ଭାବେଙ୍କ ମହତ ଉଦ୍ଦେଶ୍ୟକୁ ଅଗ୍ରାଧିକାର ଦେଇ କେବଳ ପ୍ରକୃତ ବାସହୀନଙ୍କ ସପକ୍ଷରେ ହିଁ ଭୂଦାନ ଜମି ଆବଣ୍ଟନ କରାଯିବ।

ବୈଠକର ସୂଚନା ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟର ପ୍ରାଥମିକ ପର୍ଯ୍ଯାୟରେ ୧୭ଟି ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୩୧,୯୦୬.୫୨ ଏକର (ଖୋର୍ଦ୍ଧା ଜିଲ୍ଲାରେ ୨୦,୫୦୭.୩୬ ଏକର) ଜମି ହାଲ୍ ରେକର୍ଡ ହୋଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ SJTA ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ (ବିଶେଷକରି ଜାତୀୟ/ରାଜ୍ୟ ରାଜପଥ କଡ଼ରେ) ଏବଂ ରାଜସ୍ୱ ମାମଲାର ଦ୍ରୁତ ସମାଧାନ ପାଇଁ କଡ଼ା ପଦକ୍ଷେପ ନିଆଯାଉଛି।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା ତଥା ଅନ୍ୟ ରାଜ୍ୟମାନଙ୍କରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଏବଂ ପୁନରୁଦ୍ଧାରକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟ ରାଜ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଚିଠି ଲେଖାଯାଇ ସେସବୁ ରାଜ୍ୟରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ ସହ ସେସବୁର ପୁନରୁଦ୍ଧାର କରାଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସପକ୍ଷରେ ସମ୍ପୂର୍ଣ୍ଣ ପଞ୍ଜୀକରଣ ନିମନ୍ତେ ପଦକ୍ଷେପ ନିଆଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଏଥିସହିତ ବସୁନ୍ଧରା ଯୋଜନାରେ ସର୍ଭେ କରାଯାଇ ଗତ ଦୁଇ ବର୍ଷରେ ୩୪,୨୫୧ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘରଡ଼ିହ ଆବଣ୍ଟନ କରାଯାଇଥିବା ବେଳେ ଯୋଜନାର ସଫଳ ରୂପାୟନ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଥମିକତା ଦେଇ ବିଭିନ୍ନ ସମସ୍ୟାର ସୁବ୍ୟବସ୍ଥିତ ସମାଧାନ ନିମନ୍ତେ ରାଜସ୍ୱ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ।

ସେହିପରି ରାଜ୍ୟର ମୋଟ ୫୨,୦୫୬ଟି ଶିକ୍ଷାନୁଷ୍ଠାନ (ଡିଗ୍ରୀ କଲେଜ, ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ) ମଧ୍ୟରୁ ୨୭,୫୫୬ଟି ଅନୁଷ୍ଠାନ ସପକ୍ଷରେ ଜମିପଟ୍ଟା (RoR) ସଂଶୋଧନ ସରିଛି। ଲିଜ୍ ଯୋଗ୍ୟ ଜମିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୩୧ ଡିସେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ RoR ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ରାଜସ୍ୱ ପର୍ଷଦର ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

କାର୍ଯ୍ୟକାରିତା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୮ ରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2026

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026

ମହାଅଷ୍ଟମୀରେ ମଦ ବନ୍ଦ, ବିସର୍ଜନ ଶୋଭାଯାତ୍ରାରେ DJ ଉପରେ କଟକଣା

September 7, 2026
Latest News

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026

ରାଶିଫଳ: ସେପ୍ଟେମ୍ବର ୮ ରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2026

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026

ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି: ୧.୧୦ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.