Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ସହ ବିରୋଧୀଙ୍କୁ କଟାକ୍ଷ କଲେ ମାୟାବତୀ
ଆଜିର ଖବର

ଜମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ସହ ବିରୋଧୀଙ୍କୁ କଟାକ୍ଷ କଲେ ମାୟାବତୀ

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଅଧ୍ୟକ୍ଷ ମାୟାବତୀ ଜମ୍ମୁ କାଶ୍ମୀର ବିଷୟକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ସମର୍ଥନ କରିଥିବାବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ଶ୍ରୀନଗର ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ ଜାମ୍ମୁ ଓ କାଶ୍ମୀର ଯିବା ପୂର୍ବରୁ ଥରେ ଚିନ୍ତା କରିବାର ଥିଲା ବୋଲି ମାୟାବତୀ କହିଛନ୍ତି । ସେ କହିଛନ୍ତି ଯେ ବାବା ସାହେବ ଆମ୍ବେଦକର ସର୍ବଦା ଦେଶରେ ସମାନତା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବାକୁ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଲାଗୁ କରିବାକୁ କେବେବି ସମର୍ଥନ କରୁ ନ ଥିଲେ । ସେଥିପାଇଁ ବିଏସ୍‌ପି ମଧ୍ୟ ସଂସଦରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଛି । ଦୀର୍ଘ ୬୯ ବର୍ଷ ପରେ ଧାରା ୩୭୦ ଉଚ୍ଛେଦ ହେବାରୁ ସେଠାରେ ଥିବା ସ୍ଥିତି ସୁଧୁରିବାକୁ ସମୟ ନିଶ୍ଚିତ ଲାଗିବ । ଏଥିପାଇଁ ଅପେକ୍ଷା କରିବାକୁ ସବୁଠାରୁ ଭଲ ହେବ, ଯାହାକୁ କୋର୍ଟ ମଧ୍ୟ କହିଛନ୍ତି । କିନ୍ତୁ ଏଭଳି ସ୍ଥିତି ବିନା ଅନୁମତିରେ କଂଗ୍ରେସ ଓ ଅନ୍ୟ ଦଳର ବିରୋଧୀଙ୍କ କାଶ୍ମୀର ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ମାୟାବତୀ । ବିରୋଧୀ ଦଳ ସେଠାକୁ ଯିବା ପୂର୍ବରୁ ଥରେ ବିଚାର କରିବା ଉଚିତ ଥିଲା ବୋଲି କହିଛନ୍ତି ମାୟାବତୀ । ଗତ ଶନିବାର ରାହୁଲ ଗାନ୍ଧୀଙ୍କ ସହିତ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶରଦ ଯାଦବ, କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ, ଡି. ରାଜା, ଡିଏମ୍‌କେର ଟି. ସିବା, ମନୋଜ ଝା ଏବଂ ଟିଏମ୍‌ସି ଦିନେଶ ତ୍ରିବେଦୀ ପ୍ରମୁଖ ଶ୍ରୀନଗର ଯାଇଥିଲେ । ମାତ୍ର ପ୍ରଶାସନ ସେମାନଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025
Latest News

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025

ଆଜି ସେପ୍ଟେମ୍ବର ୨୨ ତାରିଖ ସୋମବାରରେ ନଅଟି ରାଶି ପ୍ରତି ସୂର୍ଯ୍ୟ ଦେବଙ୍କର ରହିଛି ଆଶୀର୍ବାଦ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.