Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

September 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ
ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମା ଗ୍ରାମ ପଞ୍ଚାୟତରେ ‘ନିଶାମୁକ୍ତ ଭାରତ ଏବଂ ବିକଶିତ ଭାରତ ପାଇଁ ମୋ ଯୁବ ଭାରତର ସଙ୍କଳ୍ପ’ ବିଷୟବସ୍ତୁ ଉପରେ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୭ ଓ ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି।

ନିଶାମୁକ୍ତ ଭାରତ ଗଠନ ସହ ଯୁବସମାଜକୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ବିଶାଳ ପଦଯାତ୍ରା, ଜନସଭା, ଫଟୋ ପ୍ରଦର୍ଶନୀ, ଆଲୋଚନାଚକ୍ର, ବକ୍ତୃତା ଓ ନିବନ୍ଧ ଲିଖନ ପ୍ରତିଯୋଗିତା, ରଙ୍ଗୋଲି ଏବଂ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା, ଗୋଷ୍ଠୀ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମ ପୂର୍ବରୁ ଦୁଇଦିନ ଧରି ଧମା ଓ ଏହାର ଆଖପାଖ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇ ଜନସାଧାରଣଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆହ୍ୱାନ କରାଯାଇଥିଲା। ସ୍ଥାନୀୟ ମା’ ଝାଡେଶ୍ୱରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ଓ ନିବନ୍ଧ ଲିଖନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।

ପ୍ରଥମ ଦିନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ଯୁବକମାନଙ୍କ ଅଂଶଗ୍ରହଣରେ ଏକ ବିଶାଳ ପଦଯାତ୍ରା ଧମା ଗ୍ରାମ ପରିକ୍ରମା କରି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲା। ପରେ ଅନୁଷ୍ଠିତ ସଚେତନତା ସଭାକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲଳିତା ପ୍ରଧାନ, ବରିଷ୍ଠ ଚିକିତ୍ସା ଅଧିକାରୀ ଡା. ପ୍ରତାପ କୁମାର ନାୟକ, ଡା. ଅମରନାଥ ଆଚାର୍ଯ୍ୟ, ଥାନା ଅଧିକାରୀ ଏଏସଆଇ ଶ୍ରୀ କେ.ବି. ବାଘ୍, ଜିଲ୍ଲା ଅବକାରୀ ଅଧିକାରୀ ପ୍ରସାଦ ପ୍ରଧାନ, ମା’ ଝାଡେଶ୍ୱରୀ ମହାବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ରବୀନ୍ଦ୍ରନାଥ ଠାକୁର ଏବଂ ମୋ ଭାରତ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ।

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖାର ସହାୟକ ନିର୍ଦ୍ଦେଶକ ମନମୋହନ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରି ନିଶାମୁକ୍ତ ଭାରତ ଅଭିଯାନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ମୋ ଭାରତ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ଶିକ୍ଷା, କ୍ରୀଡ଼ା, ନୃତ୍ୟ, ସଙ୍ଗୀତ ଓ ସୃଜନଶୀଳ କାର୍ଯ୍ୟକଳାପକୁ ଜୀବନର ଅଂଶ କରିବାକୁ ଆହ୍ୱାନ କରିଥିଲେ। ବରିଷ୍ଠ ଚିକିତ୍ସା ଅଧିକାରୀ ଡା. ପ୍ରତାପ କୁମାର ନାୟକ ନିଶାସକ୍ତିର ଶାରୀରିକ, ମାନସିକ ଓ ଆର୍ଥିକ କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ସହ ଏହା ଦ୍ୱାରା ପରିବାର ଓ ସମାଜ ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବ ବିଷୟରେ ସଚେତନ କରିଥିଲେ।

ଥାନା ଅଧିକାରୀ ଏଏସଆଇ ଶ୍ରୀ କେ.ବି. ବାଘ୍ ନିଶାଦ୍ରବ୍ୟର ବେଆଇନ କାରବାର ଓ ସେବନ ବିରୋଧରେ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ପ୍ରସାଦ ପ୍ରଧାନ ଏନଡିପିଏସ୍ ଆଇନ ଅନୁଯାୟୀ ନିଶାଦ୍ରବ୍ୟର ବେଆଇନ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ରହିଥିବା ଦଣ୍ଡବିଧାନ ସମ୍ପର୍କରେ ଅବଗତ କରାଇଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ ଯୁବସମାଜକୁ ନିଶାମୁକ୍ତ ଜୀବନ ଆପଣାଇ ବିକଶିତ ଭାରତ ଗଠନରେ ଯୋଗଦାନ ପାଇଁ ଆହ୍ୱାନ କରିଥିଲେ।

ସରପଞ୍ଚ ଶ୍ରୀମତୀ ଲଳିତା ପ୍ରଧାନ ନିଶାଦ୍ରବ୍ୟର ବେଆଇନ କାରବାରରୁ ଦୂରେଇ ରହିବା ସହ ଏପରି କାର୍ଯ୍ୟ ମାଧ୍ୟମରେ ଆୟ ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଶ୍ରୀ ମନମୋହନ ପାଢ଼ୀ ଉପସ୍ଥିତ ସମସ୍ତ ପ୍ରତିଭାଗୀଙ୍କୁ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ‘ନିଶାଦ୍ରବ୍ୟ ବନ୍ଦ କରନ୍ତୁ’ ବାର୍ତ୍ତା ସମ୍ବଳିତ ସ୍ମାରକଫଳକ ପ୍ରଦାନ କରାଯାଇଥିଲା। ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ରବୀନ୍ଦ୍ରନାଥ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ସନ୍ଧ୍ୟା ଅଧିବେଶନରେ ଆଞ୍ଚଳିକ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ୱର ଦ୍ୱାରା ପଞ୍ଜିକୃତ କଳାକାର ଅନୁଷ୍ଠାନ ସମ୍ବଲପୁରର ‘ଅଦୃଶ୍ୟ ନାଟ୍ୟ ଆଶ୍ରମ’ ଏବଂ ସୁନ୍ଦରଗଡ଼ର ‘ଜିଲ୍ଲା ଲୋକକଳା, ନୃତ୍ୟ ଶିକ୍ଷା ଓ ଗବେଷଣା କେନ୍ଦ୍ର’ର କଳାକାରମାନେ ନାଟକ, ଲୋକକଳା ଓ ଲୋକନୃତ୍ୟ ପରିବେଷଣ କରି ନିଶାମୁକ୍ତ ଭାରତର ବାର୍ତ୍ତା ପ୍ରଚାର କରିଥିଲେ।

ଦ୍ୱିତୀୟ ଦିନରେ ସ୍ଥାନୀୟ ମହିଳାମାନଙ୍କୁ ନେଇ ‘ନିଶାମୁକ୍ତ ଭାରତ’ ବିଷୟବସ୍ତୁ ଉପରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହ ମନୋରଞ୍ଜନ ଭିତ୍ତିକ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଧମା ଥାନାର ଆଇଆଇସି ଶ୍ରୀମତୀ ମମତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ସେ ଉପସ୍ଥିତ ଶତାଧିକ ଜନସାଧାରଣଙ୍କୁ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ।

ଏହି ଅବସରରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର କଳାକାରମାନେ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଶାମୁକ୍ତ ଭାରତର ବାର୍ତ୍ତା ପ୍ରଚାର କରିଥିଲେ। ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଗ୍ରାମର ବିଭିନ୍ନ ବୟସ ବର୍ଗର କଳାକାରମାନେ ମଧ୍ୟ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କଳାକାରଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ନିଶାମୁକ୍ତ ଯୁବସମାଜ ଗଠନ ଏବଂ ‘ମୋ ଯୁବ ଭାରତ’ ଅଭିଯାନର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

କେନ୍ଦ୍ରୀୟ ସଂଚାର ବ୍ୟୁରୋ ଜନସଚେତନତା କାର୍ଯ୍ୟକ୍ରମ ନିଶାମୁକ୍ତ ଭାରତ ମୋ ଯୁବ ଭାରତ ସମ୍ବଲପୁର ଶାଖା
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

September 10, 2026

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026
Latest News

ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

September 10, 2026

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

September 10, 2026

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.