ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କ ବ୍ୟକ୍ତିଗତ ସଚିବ ସୁମିତ ରୟଙ୍କୁ ଆଜି CID ଗିରଫ କରିଛି। ସୁପ୍ରିମକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ CID ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁମିତ ରୟଙ୍କୁ ତାଙ୍କ ନିଜ ଘରେ ନୁହେଁ ବରଂ ଅଭିଷେକ ବାନାର୍ଜୀଙ୍କ ଘରେ ଗିରଫ କରାଯାଇଛି। ସାଲବୋନି ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


