Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ
ଆଜିର ଖବର

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଡିଭିଜନ୍‌ରେ ହୋଇଥିବା କଥିତ ଦୁର୍ନୀତି ଓ ଅନିୟମିତତାର ସମସ୍ତ ଦିଗ ତଦନ୍ତ କରିବାକୁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ରିପୋର୍ଟ ଦାଖଲ କରାଯିବ। ଅଭିଯୋଗର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ।

ତଦନ୍ତ ସମୟରେ ଆର୍ଥିକ କାରବାରଠାରୁ ଆରମ୍ଭ କରି କାର୍ଯ୍ୟାଦେଶ, ବିଲ୍‌ ପ୍ରସ୍ତୁତି ଓ ସରକାରୀ ଅର୍ଥ ବ୍ୟବହାର ପର୍ଯ୍ୟନ୍ତ ସମସ୍ତ ଦିଗ ଯାଞ୍ଚ କରାଯିବ। ତଦନ୍ତ ରିପୋର୍ଟରେ ଅଭିଯୋଗର ସବିଶେଷ ତଥ୍ୟ ସହ ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଏଭଳି ଅନିୟମିତତା ଯେପରି ପୁନରାବୃତ୍ତି ନହୁଏ, ସେନେଇ ଆବଶ୍ୟକ ପଦକ୍ଷେପ ପାଇଁ ମଧ୍ୟ ସୁପାରିଶ ଦେବାକୁ ନିର୍ଦ୍ଦେଶ ରହିଛି।

ଭୁବନେଶ୍ୱର ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧କୁ ନେଇ ଆସିଥିବା ଅଭିଯୋଗରେ ସମାନ କାମ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ ଆର୍‌ଆଣ୍ଡ୍‌ବି ଓ ସିଏମ୍‌ସି ମଧ୍ୟରେ କଥିତ ସଲାସୁତରା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଅଭିଯୋଗର ବାସ୍ତବତା ତଦନ୍ତ ପରେ ସ୍ପଷ୍ଟ ହେବ।

ଅନ୍ୟପଟେ, ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍‌ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଅଡିଟ୍‌ ହୋଇନଥିବା ହିସାବ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସମ୍ପୃକ୍ତ ସିସିଇଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହା ଫଳରେ ଅନ୍ୟ ଡିଭିଜନ୍‌ଗୁଡ଼ିକର ଆର୍ଥିକ କାରବାର ମଧ୍ୟ ଯାଞ୍ଚ ପରିସରକୁ ଆସିଛି।

ଏହି ଘଟଣାକ୍ରମ ମଧ୍ୟରେ ଭୁବନେଶ୍ୱର ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତାଙ୍କ ପଦରୁ ଅପସାରଣ କରାଯାଇଛି। ଆଜି ଅପରାହ୍ନରେ ନିର୍ମାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି।

ସରକାର ଏହି ମାମଲାକୁ ଅତ୍ୟନ୍ତ ଗୁରୁତର ଓ ଜରୁରୀ ଭାବେ ଗ୍ରହଣ କରିଥିବାରୁ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ତଦନ୍ତରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ସହ କିଏ ଦାୟୀ, ସେନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା କରାଯାଉଛି।

ଆର୍ଥିକ ଅନିୟମିତତା ଅଭିଯୋଗ କଡ଼ା ଆକ୍ସନ
Share. Facebook Twitter LinkedIn Email WhatsApp Copy Link

Related Posts

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026
Latest News

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.