ଢେଙ୍କାନାଳ: ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମହିମା ଗୋସାଇଁ ଓ ପରମାତ୍ମାଙ୍କୁ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଛି। ବିଶେଷ ଭାବେ ନୂଆ ଚୂଡ଼ା, ମହୁ, ଦହି, ଗୁଜରାତି ସମେତ ବିଭିନ୍ନ ପ୍ରକାର ଫଳ ମିଶାଇ ନବାନ୍ନ ପ୍ରସ୍ତୁତ କରାଯାଇଥିଲା। ଏଥିସହ ମିଠା, ଆରିସା ପିଠା ଆଦି ମଧ୍ୟ ଭୋଗରେ ଲାଗି କରାଯାଇଥିଲା। ଏନେଇ ବକଳଧାରୀ ମହିମା ସମାଜର ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି । କୌପୀନଧାରୀ ମହିମା ସମାଜ ପକ୍ଷରୁ ଭକ୍ତମାନଙ୍କୁ ନବାନ୍ନ ବଣ୍ଟନ କରାଯାଇଥିଲା। ଏହି ପବିତ୍ର ଉତ୍ସବରେ ୧୦ ହଜାରରୁ ଅଧିକ ଭକ୍ତ, ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।


