ସୋର: ସୋର ରେଳ ଷ୍ଟେସନ ନିକଟସ୍ଥ ଲିଙ୍ଗପଡ଼ା ଫାଟକ ପାଖ ରେଳ ଧାରଣାରୁ ଜଣେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ କୌଣସି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ସନ୍ଦେହ କରାଯାଉଛି। ତେବେ ମୃତ ବୃଦ୍ଧଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଘଟଣା ବିଷୟରେ ଖବର ପାଇ ସୋର ଆର୍ପିଏଫ୍ ଏବଂ ବାଲେଶ୍ୱର ଜିଆର୍ପି ପୁଲିସ ତୁରନ୍ତ ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଏହାପରେ ଶବକୁ ବ୍ୟବଚ୍ଛେଦ ପାଇଁ ମାମଲା ରୁଜୁ କରି ପଠାଯାଇଛି ଏବଂ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


