Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
ବିଶେଷ ଖବର

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ ଆନୁଷ୍ଠାନିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ୨୦ଟି ଜିଲ୍ଲାର ୨୬ଟି ପିଏମ୍‌ଶ୍ରୀ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଏବଂ ଓୟୁଏଟି ଏକ୍ସଟେନସନ ଶିକ୍ଷା ବିଭାଗର ଡିନ୍ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ।

ସମାବେଶକୁ ସମ୍ବୋଧିତ କରି ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ ଯେ, ସାଧାରଣ ଶ୍ରେଣୀଗୃହ ଶିକ୍ଷା ବାହାରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ ଓ କର୍ମକୁଶଳ କରିବା ପାଇଁ ଏହି ସହଭାଗିତା ଏକ ନୂତନ ସୁଯୋଗ ସୃଷ୍ଟି କରିବ। ଏଥିସହିତ ପ୍ରଫେସର ସ୍ୱାଇଁ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି।

ଓୟୁଏଟି ଓସେପା ଧନ୍ଦାମୂଳକ ଶିକ୍ଷା ପିଏମ୍‌ଶ୍ରୀ ସ୍କୁଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026

ଗେଙ୍ଗୁଟିରେ ଭାସିଗଲେ ଦମ୍ପତ୍ତି: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ

September 14, 2026

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026

ଗଣେଶ ଚତୁର୍ଥୀ: ଜାଣନ୍ତୁ ଗଣେଶ ପୂଜାରେ ଶାନ୍ତ ହୁଅନ୍ତି କେଉଁ ଗ୍ରହ?

September 14, 2026
Latest News

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026

ଆମେରିକାରେ ବୃଦ୍ଧି ପାଇଲା ଡିଜେଲ ଦର

September 14, 2026

ଗୋଆରେ ତ୍ରିକୋଣୀୟ ଲଢ଼େଇର ସଙ୍କେତ! AAP-GFP ମେଣ୍ଟ ବଦଳାଇବ କି ନିର୍ବାଚନୀ ଗଣିତ?

September 14, 2026

LACରେ କମୁଛି ଚୀନ୍ ସେନା ମୁତୟନ! ଭାରତ-ଚୀନ୍ ସୀମାରେ ଉତ୍ତେଜନା ହ୍ରାସର ସଙ୍କେତ, ରିପୋର୍ଟରେ ବଡ଼ ଖୁଲାସା

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.