Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ
ଆଜିର ଖବର

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ
ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

ଭୁବନେଶ୍ଵର: ଆନ୍ତଃରାଜ୍ୟ ସାମ୍ବାଦିକ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ଛତିଶଗଡ଼ର ଅନ୍ୟତମ ପ୍ରମୁଖ ଐତିହାସିକ ସ୍ଥଳୀ ସିରପୁରର ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଓ ସାଂସ୍କୃତିକ ଐତିହ୍ୟର ଅନୁଧ୍ୟାନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ସିରପୁରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ୱାରା ସଂରକ୍ଷିତ ଓ ରକ୍ଷଣାବେକ୍ଷଣ କରାଯାଉଥିବା ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ପରିଦର୍ଶନ କରିଥିଲେ।

ଏହି ଅବସରରେ ସାମ୍ବାଦିକମାନେ ପ୍ରାଚୀନ ସ୍ଥଳୀଗୁଡ଼ିକର ଐତିହାସିକ ଓ ସ୍ଥାପତ୍ୟଗତ ଗୁରୁତ୍ୱ, ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଏବଂ ସେଗୁଡ଼ିକ ସହ ଜଡ଼ିତ ସମୃଦ୍ଧ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବିଶେଷଜ୍ଞମାନଙ୍କଠାରୁ ସବିଶେଷ ତଥ୍ୟ ହାସଲ କରିଥିଲେ।

ଓଡ଼ିଶାର ସାମ୍ବାଦିକମାନଙ୍କୁ ଛତିଶଗଡ଼ର ଐତିହ୍ୟ, ବିକାଶମୂଳକ ପଦକ୍ଷେପ ଏବଂ ସାଂସ୍କୃତିକ ବିବିଧତା ସହିତ ପରିଚିତ କରାଇବା ପାଇଁ ଏହି ଗଣମାଧ୍ୟମ ପରିଭ୍ରମଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ସେମାନେ ପ୍ରତ୍ୟକ୍ଷ ଅନୁଭୂତି ଓ ସଠିକ୍ ତଥ୍ୟ ଆଧାରରେ ଏହି ଖବରଗୁଡ଼ିକୁ ବ୍ୟାପକ ପାଠକବର୍ଗଙ୍କ ପାଖରେ ପହଞ୍ଚାଇ ପାରିବେ।

ପରିଦର୍ଶନ ସମୟରେ ଏଠାରେ ଥିବା ପ୍ରସିଦ୍ଧ ଲକ୍ଷ୍ମଣ ମନ୍ଦିର ସାମ୍ବାଦିକଙ୍କ କୌତୁହଳ ବୃଦ୍ଧି କରିଥିଲା।  ଏହାର ସ୍ୱତନ୍ତ୍ର ଇଟା ସ୍ଥାପତ୍ୟ, ସୂକ୍ଷ୍ମ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ କଳାକୁ ସେମାନେ ନିରୀକ୍ଷଣ କରିଥିଲେ। ଏହି ପ୍ରତିନିଧି ଦଳ ସ୍ଥାନୀୟ ବାଲେଶ୍ୱର ମହାଦେବ ମନ୍ଦିର ଏବଂ ସୁରଙ୍ଗ ଟିଲା ମଧ୍ୟ ପରିଦର୍ଶନ କରି ଏହି ଅଞ୍ଚଳରେ ମନ୍ଦିର ସ୍ଥାପତ୍ୟର ବିକାଶ ଓ ଧାର୍ମିକ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

ଗଣମାଧ୍ୟମ ପ୍ରତିନିଧିମାନେ ତିୱରଦେବ ବିହାର ପରିଦର୍ଶନ କରି ସିରପୁରର ବୌଦ୍ଧ ଐତିହ୍ୟ ବିଷୟରେ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଖନନ କରାଯାଇଥିବା ବୌଦ୍ଧ ବିହାର ଏବଂ ଏହାର କୀର୍ତ୍ତିରାଜିର ଅବଶେଷ, ବୌଦ୍ଧ କାର୍ଯ୍ୟକଳାପ ଓ ସାଂସ୍କୃତିକ ଆଦାନପ୍ରଦାନର କେନ୍ଦ୍ର ଭାବରେ ସିରପୁରର ଗୁରୁତ୍ୱ ବିଷୟରେ ସାମ୍ବାଦିକମାନଙ୍କୁ ଧାରଣା ଦେଇଥିଲା।

ପ୍ରତିନିଧି ଦଳକୁ ଏହି କୀର୍ତ୍ତିରାଜିଗୁଡ଼ିକର ଐତିହାସିକ ପୃଷ୍ଠଭୂମି, ଖନନରୁ ମିଳିଥିବା ତଥ୍ୟ ଏବଂ ସ୍ଥାପତ୍ୟଗତ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ପ୍ରତ୍ୟକ୍ଷ ଅନୁଧ୍ୟାନ ସାମ୍ବାଦିକମାନଙ୍କୁ ହିନ୍ଦୁ ଓ ବୌଦ୍ଧ ପରମ୍ପରାର ସହଅବସ୍ଥାନ ଏବଂ ପ୍ରାଚୀନ ସିରପୁରର ସମୃଦ୍ଧ ସାଂସ୍କୃତିକ ପରିବେଶ ବିଷୟରେ ଗଭୀର ଧାରଣା ହାସଲ କରିବାରେ ସାହାଯ୍ୟ କରିଥିଲା।

କେନ୍ଦ୍ର ସଞ୍ଚାର ବ୍ୟୁରୋ (ସିବିସି), ସମ୍ବଲପୁରର ସହକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ ଏବଂ ପିଆଇବି, ଭୁବନେଶ୍ୱରର ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇଙ୍କ ସହଯୋଗରେ ଏହି ପରିଦର୍ଶନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ଏଏସଆଇ କୀର୍ତ୍ତିରାଜି ଓଡିଶା ସାମ୍ବାଦିକ ଛତିଶଗଡ ଗସ୍ତ ସିରପୁର ହିନ୍ଦୁ-ବୌଦ୍ଧ ଐତିହ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରାର ମୂଲ୍ୟ ୩୯୯୯ ଓ ୮୯୯୯: ଭଡା ଶସ୍ତା କଲା ଇଣ୍ଡିଗୋ

September 14, 2026

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ବହୁ ବଡ଼ବଡ଼ିଆଙ୍କ ନାଁରେ ଏଫଆଇଆର୍

September 14, 2026

ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

September 14, 2026

‘UCC’କୁ ବିରୋଧ କଲା JDU: ଏବେ ଚିରାଗ ପାସୱାନ ମଧ୍ୟ ସ୍ପଷ୍ଟ କଲେ ମତ

September 14, 2026
Latest News

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରାର ମୂଲ୍ୟ ୩୯୯୯ ଓ ୮୯୯୯: ଭଡା ଶସ୍ତା କଲା ଇଣ୍ଡିଗୋ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ବହୁ ବଡ଼ବଡ଼ିଆଙ୍କ ନାଁରେ ଏଫଆଇଆର୍

September 14, 2026

ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.