Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ଆଜିର ଖବର

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କୋରାପୁଟ: ସଜନା ଶାଗ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ଜୀବନଯିବା ଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩୦ ବର୍ଷୀୟ ଯୁବକ ପର୍ଶୁରାମ ସୌରାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ପର୍ଶୁରାମ କୋରାପୁଟ ଜିଲ୍ଲା ବି. ସିଂହପୁର ଥାନା ଅଧୀନ ପଖନାଗୁଡ଼ା ଗ୍ରାମର ଶ୍ୟାମସୁନ୍ଦର ସୌରାଙ୍କ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପର୍ଶୁରାମ ସଜନା ଗଛରୁ ଶାଗ ତୋଳିବାକୁ ଯାଇଥିଲେ। ତେବେ ଗଛ ନିକଟ ଦେଇ ଯାଇଥିବା ହାଇଭୋଲଟେଜ୍‌ ୧୧ କେଭି ବିଦ୍ୟୁତ୍ ତାର ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଅସାବଧାନତାବଶତଃ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ସେଠାରେ ହିଁ ଆକ୍ରାନ୍ତ ହୋଇ ଗଛର ଦୁଇଟି ଡାଳ ମଝିରେ ପଡ଼ିଯାଇଥିଲେ। ବିଦ୍ୟୁତ୍ ସଂଘାତ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପର୍ଶୁରାମଙ୍କ ଅକାଳ ମୃତ୍ୟୁ ଖବର ପଖନାଗୁଡ଼ା ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର କଳାଛାୟା ଖେଳିଯାଇଛି। ପରିବାର ପାଇଁ ଶାଗ ତୋଳିବାକୁ ଯାଇଥିବା ଯୁବକଙ୍କର ଏପରି ଆକସ୍ମିକ ବିୟୋଗକୁ ପରିବାର ଲୋକେ ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ବି. ସିଂହପୁର ଥାନା ଆଇଆଇସି ସୂରଜ ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଗଛରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

କୋରାପୁଟ ବି.ସିଂହପୁର ବିଦ୍ୟୁତ ଅଘଟଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026

ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ

September 15, 2026

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026
Latest News

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026

ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ପରେ ଏବେ ୟୁସିସି ଉପରେ ପ୍ରତିକ୍ରିୟା ପ୍ରକାଶ କଲା ଟିଡିପି

September 15, 2026

ମହିଳା ବାଇକ ଚାଳକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ରାଜସ୍ଥାନରୁ କାର୍ ଡ୍ରାଇଭର ଗିରଫ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.