ଅଡ଼ୁଆରେ ଡ. ଅଶ୍ବିନୀ ପୂଜାହାରୀ : ଲୁଣ ଚିକିତ୍ସା ନେଇ ଓଡ଼ିଶା କାଉନସିଲ୍‌ ଅଫ୍‌ ମେଡ଼ିକାଲ୍‌ ରେଜିଷ୍ଟ୍ରସନ୍‌ ପକ୍ଷରୁ ଅଶ୍ବିନୀଙ୍କୁ ନୋଟିସ୍‌

Published: Aug 27, 2019, 12:38 pm IST

ଡ. ଅଶ୍ବିନୀ ପୂଜାହାରୀଙ୍କୁ ପୁଣି ବଢିଲା ଅଡୁଆ । ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର(ଭିମସାର)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ଅଶ୍ୱିନୀ ପୂଜାହାରୀଙ୍କୁ ଲୁଣ ଚିକିତ୍ସ ନେଇ ନୋଟିସ ଜାରି କରାଯାଇଛି । ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଦୀର୍ଘଦିନ ହୋଇଗଲେ ମଧ୍ୟ ଲୁଣ ଚିକିତ୍ସା ବିବାଦ ପିଛା ଛାଡ଼ୁନି । ଲୁଣ ଚିକିତ୍ସା ଦ୍ୱାରା ରୋଗୀଙ୍କ ମାନବାଧିକାର ଉଲଂଘନ ଅଭିଯୋଗରେ ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ ରେଜିଷ୍ଟ୍ରେସନ ପକ୍ଷରୁ ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୬ତାରିଖରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହୋଇ ନୋଟିସ ଲୁଣ ଚିକିତ୍ସା ସମ୍ପର୍କରେ ନିଜ ପକ୍ଷ ରଖିବାକେୁ ନିର୍ଦ୍ଦେଶ ଦିଆଯାଇଛି ।

Related posts