ନୀଳଗିରି: ବିଶ୍ୱକର୍ମା ପୂଜା ପୂର୍ବରୁ ଅଘଟଣ। ଫୁଲ ତୋଳିବା ବେଳେ ଛାତରୁ ଖସିପଡ଼ି ୧୪ ବର୍ଷୀୟ ନାବାଳକ ଆଦିତ୍ୟ ଜେନାଙ୍କ ମୃତ୍ୟୁ ଘଟିଛି। ନୀଳଗିରି ଏନ୍ଏସି ୨ ନମ୍ବର ୱାର୍ଡ ଘାଟଘରସାହିରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ, ଆଜି ଭୋରୁ ଆଦିତ୍ୟ ଛାତରେ ଫୁଲ ତୋଳୁଥିବା ବେଳେ ଗୋଡ଼ ଖସି ତଳକୁ ପଡ଼ିଥିଲେ। ଏହି ସମୟରେ ସିମେଣ୍ଟ ବାଡ଼ର ଲୁହା ରଡ୍ ତାଙ୍କ ପେଟରେ ପଶିଯାଇଥିଲା। ସେ ରଡ୍ରୁ ନିଜକୁ ମୁକ୍ତ କରି କିଛି ବାଟ ଚାଲିବା ପରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।


