ଆସନ୍ତା ୧୦ ବର୍ଷ ଭିତରେ ୫୦ ହେକ୍ଟର ଟାଙ୍ଗରା ଜମିକୁ ଉତ୍ପାଦିତ ଜମିରେ ରୂପାନ୍ତରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ବୋଲି କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡ୍କର୍ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୭୫ ଲକ୍ଷ ଲୋକ ରୋଜଗାରକ୍ଷମ ହୋଇପାରିବେ । ଏଥିପାଇଁ ସରକାର ୟୁନାଇଟେଡ୍ ନେସନ୍ କନ୍ଭେନ୍ସନ୍ ସହ ଚୁକ୍ତି କରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରକାଶ ଜାଭେଡ଼କର । ଆସନ୍ତା ସେପ୍ଟେମ୍ବର ୨ରୁ ୧୩ ତାରିଖ ଯାଏଁ ନୂଆଦିଲ୍ଲୀର ଗ୍ରେଟର୍ ନୋଏଡ଼ାରେ ସଂଯୁକ୍ତ ରାଷ୍ଟ୍ର ସିସିଡି କୋପ୍-୧୪ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଖରାପ ହୋଇଯାଇଥିବା ଜମିକୁ କିଭଳି ଭାବେ ଚାଷ ଉପଯୋଗୀ କରିହେବ ସେଥିରେ ତମାମ ଆଲୋଚନା କରାଯିବ । ଏଥିରେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ନିଜର ମତାମତ ଦେବେ ଏବଂ ପରୀକ୍ଷାର ପ୍ରଦର୍ଶନ ମଧ୍ୟ କରିବେ ବୋଲି ଜାଭେଡ଼କର କହିଛନ୍ତି । କେନ୍ଦ୍ର ସରକାର ନୂଆଦିଲ୍ଲୀ ଘୋଷଣାନାମାରେ ରହିଥିବା ନିୟମ ଏବଂ ଫାଇଦା ଅନୁସାରେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବେ । ସେହିପରି ଡେରାଡୁନ୍ର ଫରେଷ୍ଟ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସି ତିଆରି ହେବ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ମିଶାଇ ପ୍ରାୟ ୧ କୋଟି ୬୯ ଲକ୍ଷ ୯୬ ହଜାର ହେକ୍ଟର ଟାଙ୍ଗରା ହୋଇ ପଡ଼ି ରହିଛି । ଏହି ସମସ୍ତ ଟାଙ୍ଗାରା ଭୂମିକୁ ଚାଷପୋଯୋଗୀ ଉର୍ବର ଜମି ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ।
ଆସନ୍ତା ୧୦ ବର୍ଷ ଭିତରେ ୫୦ ହେକ୍ଟର ଟାଙ୍ଗରା ଭୂଇଁ ହେବ ଚାଷପୋଯୋଗୀ : ପ୍ରକାଶ ଜାଭେଡକର
Published:
Aug 27, 2019, 4:37 pm IST
Tags: