Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ମାମଲା: ସୁପ୍ରିମକୋର୍ଟରେ ଖାରଜ ହେଲା ରହିତାଦେଶ ଯାଚିକା
ଆଜିର ଖବର

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ମାମଲା: ସୁପ୍ରିମକୋର୍ଟରେ ଖାରଜ ହେଲା ରହିତାଦେଶ ଯାଚିକା

August 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
supreme-court
supreme-court

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦକୁ ବିରୋଧ କରି ଦାୟର ହୋଇଥିବା ଯାଚିକା ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲଙ୍କୁ ପୁରୀ ଆସି ସ୍ଥିତି ପରଖିବାକୁ କହିଛନ୍ତି କୋର୍ଟ । ଉଭୟ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୧୭ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେନ୍ଦୁ ମିଶ୍ର ।  ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ କୋଠା, ମଠ, ଦୋକାନକୁ ଭାଙ୍ଗିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାକୁ ବିରୋଧ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌ର ଦେବାଶିଷ ମିଶ୍ର ଏବଂ ଚେନ୍ନାଇର ଏକ ଏନ୍‌ଜିଓ ଜଣେ ବ୍ୟକ୍ତି ଅରବିନ୍ଦ ଲୋଚନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବାକୁ ସେମାନେ ପୃଥକ ପୃଥକଭାବେ ଆବେଦନ କରି ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣୀ କରିଛନ୍ତି । ଆବେଦନକୁ ଖାରଜ କରିବାକୁ ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ କହିଥିଲେ । ଜଷ୍ଟିସ ବିପି ଦାସଙ୍କ କମିଶନର ସୁପାରିଶ ଅନୁସାରେ ଉଚ୍ଛେଦ କରାଯାଉଥିବା ଏଜି ପକ୍ଷ ରଖିଥିଲେ । ଏହା ଆଇନ ଅନୁଯାୟୀ କରାଯାଉଛି । ସମସ୍ତଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇ ଥିବା ସେ ଯୁକ୍ତି ବାଢ଼ିଥିଲେ । ସେହିପରି ସମସ୍ତ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ଏଜି କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏହାରି ଆଧାରରେ କୋର୍ଟ ଉଭୟ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ ଦୁଇ ଦିନିଆ ଗସ୍ତରେ ଆସିବେ ରଞ୍ଜିତ କୁମାର ଓ ତୁଷାର ମେହେଟ୍ଟା । ସେମାନେ ପୁରୀ ଆସି ସମୀକ୍ଷା କରି କୋର୍ଟଙ୍କୁ ରିପୋର୍ଟ ଦେବେ । ଏହା ପରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025
Latest News

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025

ଆଜି ସେପ୍ଟେମ୍ବର ୨୨ ତାରିଖ ସୋମବାରରେ ନଅଟି ରାଶି ପ୍ରତି ସୂର୍ଯ୍ୟ ଦେବଙ୍କର ରହିଛି ଆଶୀର୍ବାଦ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.