ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଭାରି ପଡିଛି । ଦଳୀୟ ନେତାଙ୍କ ସମାଲୋଚନାର ଶିକାର ହେବାକୁ ପଡିଛି । ପୂର୍ବରୁ ଦଳର ସାଂସଦମାନେ ଶଶିଙ୍କ ଏହି ବୟାନକୁ ନେଇ ସମାଲୋଚନା କରିଥିଲେ ଏବେ କେରଳ କଂଗ୍ରେସ ତାଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଛି । କେରଳ କଂଗ୍ରେସ ଅଧ୍ୟକ୍ଷ ମୁଲାପଲ୍ଲୀ ରାମଚନ୍ଦ୍ର ତାଙ୍କୁ ଏନେ ଜବାବ ମାଗିଛନ୍ତି । କନ୍ନୁରରେ ରାମଚନ୍ଦ୍ର କହିଛନ୍ତି, “ସେ ଥରୁରଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ଉପରେ ସ୍ପଷ୍ଟୀକରଣ ଚାହାନ୍ତି । ତାଙ୍କ ସ୍ପଷ୍ଟୀକରଣକୁ ଆଧାର କରି ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ନିଆଯିବ” । ଏହାପରେ ଥରୁର କହିଛନ୍ତି ଯେ, “ମୁଁ ମୋର କଂଗ୍ରେସ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଚିନ୍ତାଧାରାକୁ ସମ୍ମାନ ଦିଅନ୍ତୁ । ଥରୁର୍ ଆହୁରି ମଧ୍ୟ କହିଛନ୍ତି ଯେ, ସେ ମୋଦି ସରକାରଙ୍କ ଏକ କଠୋର ସମାଲୋଚକ । ଲୋକସଭା ନେତା ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଥରୁରଙ୍କ ବୟାନର କଡା ସମାଲୋଚନା କରିଥିଲେ ।
Tags: