ଖୋର୍ଦ୍ଧା: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ -୨୦୨୬ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ଭୁବନେଶ୍ୱର) ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ (ଭୁବନେଶ୍ୱର) ଡ଼ଃ ମନୋରଞ୍ଜନ ସାହୁ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ସ୍ବିଟି ସୋରେନ, ଡେପୁଟୀ କଲେକ୍ଟର ରଞ୍ଜନ କୁମାର ମହାନ୍ତି, ଡେପୁଟୀ କଲେକ୍ଟର (ନିର୍ବାଚନ) ସଂଗ୍ରାମ ଜେନା ପ୍ରମୁଖ ମଞ୍ଚାସୀନ ଥିବାବେଳେ ରାଜନୈତିକ ଦଳ ମଧ୍ୟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ବଦ୍ରି ନାରାୟଣ ଦାଶ, ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ସୌମ୍ୟ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ହୋତା ଏବଂ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀ ଏବଂ ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


