ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଜାମ୍ମୁ ଓ କାଶ୍ମୀର ପାଇଁ ସରକାର ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ରହିଛି। ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ଶାନ୍ତି ତଥା ଏହାର ଉନ୍ନତି ନିମେନ୍ତ ସରକାର ପ୍ରୟାସରତ । ଆଜିର କ୍ୟାବିନେଟ୍ ବୈଠକରେ ଜମ୍ମୁକାଶ୍ମୀରର ବିକାଶ ଓ ଲୋକଙ୍କ ଆର୍ଥିକ ବିକାଶ ପାଇଁ ବିଭିନ୍ନ ଯୋଜନା ଘୋଷଣା କରାଯାଇପାରେ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଜାମ୍ମୁ ଓ କଶ୍ମୀର ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଏଠାରେ ସ୍ୱତନ୍ତ୍ର ବିକାଶ ପାଇଁ କାମ କରୁଛନ୍ତି। ଯେଉଁଥିରେ କୋଟି କୋଟି ଟଙ୍କା ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଗତ ସପ୍ତାହରେ ମଧ୍ୟରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବରିଷ୍ଠ ଅଧିକାରୀଙ୍କ ସହତି ଏ ବାବଦରେ ଆଲୋଚନା କରିଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଆଧାରରେ ଆଜି ପ୍ୟାକେଜ୍ ଘୋଷଣା ହୋଇପାରେ । ଆସନ୍ତା ଅକ୍ଟୋବର ୩୧ ତାରିଖରୁ ସେଠାରେ ୧୦୬ଟି କେନ୍ଦ୍ରୀୟ ଆଇନ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ । ଏହା ପରେ ୩୦ ଅକ୍ଟୋବର ଯାଏଁ ଉଭୟ ରାଜ୍ୟ ଓ କେନ୍ଦ୍ରର ଉଭୟ ଆଇନ ଲାଗୁ ହେବ । ଆଜି ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।