ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ଉଚ୍ଚ ଶିକ୍ଷା ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଠିକ ସମୟରେ ପରୀକ୍ଷା ଶେଷ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳ ସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା କରାଯାଇଛି । ଏହା ସହ ଠିକ ସମୟରେ ପରୀକ୍ଷା ଓ ରେଜଲ୍ଟ ପାଇଁ ଆଗୁଆ କୋର୍ସ ସାରିବାକୁ ଗୁରୁତ୍ୱ । ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନ ପତ୍ର ସେଟ୍ ବି ବଢିବ ବୋଲି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ପୂର୍ବରୁ ଖାତା ଦେଖା ପାଇଁ ୧୫ରୁ ୨୦ ଟଙ୍କା ମିଳୁଥିଲା କିନ୍ତୁ ଏବେ ଖାତା ଦେଖା ପାଇଁ ୩୦ ଟଙ୍କା ମିଳିବ । ଏହା ସହ ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ପୂର୍ବରୁ ମିଳୁଥିଲା ୫୦୦ କିନ୍ତୁ ବର୍ତ୍ତମାନ ୧୦୦୦ ଟଙ୍କା ମିଳିବ । ୧୫ଟି କଲେଜକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ । ଠିକ୍ ସମୟରେ ପାଠପଢ଼ା, ପରୀକ୍ଷା ଓ ଫଳ ପ୍ରକାଶ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚଶିକ୍ଷା ସଂସ୍କାର ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସଚିବ ଓ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ, ବିଶ୍ୱବିଦ୍ୟାଳୟ କୁଳ ସଚିବ ଓ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ ।