Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ଆନୁକୂଲ୍ୟରେ ଆସାମ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଶେଷ ଦିନରେ ଦିବ୍ରୁଗଡ଼ସ୍ଥିତ ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ (ବିସିପିଏଲ) ପରିଦର୍ଶନ କରିଛି। ଏହି ବୃହତ ପେଟ୍ରୋକେମିକାଲ୍ସ ପରିସର ଦିବ୍ରୁଗଡ଼ ଜିଲ୍ଲାର ଲେପେଟକାଟାରେ ରହିଛି। ଓଡ଼ିଶାର ସାମ୍ବାଦିକମାନେ ଉତ୍ତର ପୂର୍ବ ଭାରତର ପ୍ରମୁଖ ଶିଳ୍ପ ସଂସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ବିସିପିଏଲର ଆଧୁନିକ ହାଇଡ୍ରୋ କାର୍ବନ ପ୍ରକ୍ରିୟାକରଣ ପ୍ରଯୁକ୍ତି ଏବଂ ପୂର୍ବ ଭାରତରେ ଏହାର ପ୍ରମୁଖ ସାମାଜିକ ଓ ଆର୍ଥିକ ପ୍ରଭାବ ସମ୍ପର୍କରେ ସେମାନେ ଅବଗତ ହୋଇଥିଲେ।

ଗସ୍ତ ସମୟରେ ବିସିପିଏଲର ଅଧିକାରୀମାନେ ଏହି ଉଦ୍ୟୋଗର ପରିଚାଳନାଗତ ସଫଳତା ଏବଂ ରଣନୀତିକ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ୧୯୮୫ରେ ଐତିହାସିକ ଆସାମ ରାଜିନାମା ସ୍ୱାକ୍ଷର ହେବା ସହିତ ବିସିପିଏଲ ପ୍ରତିଷ୍ଠା ଲାଗି ପରିକଳ୍ପନା କରାଯାଇଥିଲା। ଏହା ଗେଲ୍‌ ଇଣ୍ଡିଆ ଲିମିଟେଡ୍‌(୭୦% ଅଂଶଧନ), ଅଏଲ ଇଣ୍ଡିଆ ଲିମିଟେଡ, ନୁମାଲିଗଡ଼ ବିଶୋଧନାଗାର ଲିମିଟେଡ ଏବଂ ଆସାମ ସରକାରଙ୍କ ଏକ ମିଳିତ ଉଦ୍ୟୋଗ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ବିସିପିଏଲ୍‌ ପରିଚାଳିତ ହେଉଛି।

ଏଠାରେ ପ୍ରାକୃତିକ ବାଷ୍ପ ଏବଂ ନାଫଥା ଫିଡ୍‌ଷ୍ଟକକୁ ପ୍ରିମିୟମ ପଲିମର ଗ୍ରାନ୍ୟୁଲରେ ପରିଣତ କରାଯାଉଛି ଯାହା ବିସିପିଏଲର ଉଚ୍ଚସ୍ତରୀୟ ଶିଳ୍ପ ନିରାପତ୍ତା, ପରିବେଶଗତ ସୁରକ୍ଷା ଏବଂ ଡିଜିଟାଲ ମାନର ନିରୀକ୍ଷଣକୁ ଦର୍ଶାଇଥାଏ। ୨୦୨୫-୨୬ ଆର୍ଥିକ ବର୍ଷରେ ବିସିପିଏଲ ନିଜ କ୍ଷମତାର ୧୦୬% ଉପଯୋଗ କରିବାର ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଗତ ପାଞ୍ଚଟି ଆର୍ଥିକ ବର୍ଷରେ ଏହି ସଂସ୍ଥା କ୍ରମାଗତ ଭାବେ ଶତପ୍ରତିଶତ ପରିଚାଳନାଗତ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି। କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିର ସମୟୋଚିତ ନୀତିଗତ ହସ୍ତକ୍ଷେପ ଏବଂ ଦୃଢ଼ ପାଣ୍ଠି ବିନିଯୋଗ କାରଣରୁ ଏହି କମ୍ପାନୀ ୨୦୨୫-୨୬ ଆର୍ଥିକ ବର୍ଷରେ ୧୧୭.୬୭ କୋଟି ଟଙ୍କାର ସର୍ବମୋଟ୍‌ ଲାଭ ଉପାର୍ଜନ କରିଛି। ଫଳରେ ଏହାର ମୋଟ୍‌ ସମ୍ପତ୍ତି ମୂଲ୍ୟ ୩,୧୩୮.୨୮ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ଏହାର ପେଡ୍‌ ଅପ୍‌ ଇକ୍ୟୁଟି ଆଧାର ୧୪୧୮ କୋଟି ଟଙ୍କାର ପ୍ରାୟ ଦୁଇ ଗୁଣ।

ଏଠାରେ ହେଉଥିବା ପଲିମର ଉତ୍ପାଦ ଦେଶବ୍ୟାପୀ ୩୫ଟି ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମାଲ୍‌ ଷ୍ଟକିଷ୍ଟଙ୍କ ଜରିଆରେ ବିଭିନ୍ନ ସ୍ଥାନରେ ପହଞ୍ଚିଥାଏ। ଏହା ଉତ୍ତର-ପୂର୍ବାଞ୍ଚଳରେ ଅଗ୍ରଣୀ ସ୍ଥାନ ହାସଲ କରିଥିବା ବେଳେ ମୋଟ୍‌ ପଲିମର ଉତ୍ପାଦନର ୧୬% ଅଂଶଧନ ହାସଲ କରିଛି। ବିସିପିଏଲରେ ଉତ୍ପାଦିତ ସାମଗ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଶିଳ୍ପ କରିଡରରେ ପହଞ୍ଚିଥାଏ। ଭାରତର ଆକ୍ଟ ଇଷ୍ଟ ନୀତି ଆଧାରରେ ଏହା କ୍ଷେତ୍ରୀୟ ବାଣିଜ୍ୟକୁ ମଧ୍ୟ ମଜଭୁତ କରୁଛି। ଏହି କମ୍ପାନୀ ବାଂଲାଦେଶ ଓ ଭୂଟାନକୁ ନିୟମିତ ଭାବେ ପଲିମର୍‌ ରପ୍ତାନି କରିଥାଏ।

ବିସିପିଏଲର ଉଲ୍ଲେଖନୀୟ ସାମାଜିକ-ଆର୍ଥିକ ପ୍ରଭାବ ମଧ୍ୟ ରହିଛି। ଏହି କମ୍ପାନୀ ୪୭ ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏଥିରେ ୬୨୦ ଜଣ ବୈଷୟିକ କର୍ମଚାରୀ ଏବଂ ୨,୬୦୦ରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ରହିଛନ୍ତି। ଏହି ପ୍ଲାଣ୍ଟ ଆସାମର ଜିଏସଡିପିରେ ପ୍ରାୟ ୦.୨୩% ଯୋଗଦାନ ଦେଇଥାଏ। ବିସିପିଏଲ ନିଜର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜରିଆରେ ୨୩,୨୪୦ରୁ ଅଧିକ ଲୋକଙ୍କୁ ଲାଭ ପହଞ୍ଚାଇଛି। ଏହା ସ୍ଥାନୀୟ ଅଞ୍ଚଳରେ ଦକ୍ଷତା ବିକାଶ ଏବଂ ଜୀବିକା ତାଲିମ ଓ ସୁଯୋଗ ଯୋଗାଇ ଦେଇଛି।

କମ୍ପାନୀର ଅଧିକାରୀମାନେ କମ୍ପାନୀର ଭବିଷ୍ୟତର ସମ୍ପ୍ରସାରଣ ଯୋଜନା ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେମାନେ କହିଥିଲେ, ୮୧୭.୯୨ କୋଟି ଟଙ୍କା ବ୍ୟୟରେ ଏକ ସ୍ୱତନ୍ତ୍ର ୧୦ କେଟିପିଏ ବ୍ୟୁଟେନ୍‌-୧ ୟୁନିଟ୍‌ ନିର୍ମାଣ କରାଯାଉଛି ଯାହା ରାସାୟନିକ ଉପରେ ନିର୍ଭରଶୀଳତା ହ୍ରାସ କରିବ। ସେହିପରି ଉଚ୍ଚ ମୂଲ୍ୟର ଇନ୍ଧନ ମିଶ୍ରଣ ଲାଗି ୫୪ କେଟିପିଏ ଦ୍ୱିତୀୟ ପର୍ଯ୍ୟାୟ ହାଇଡ୍ରୋଜେନେସନ ପାଇରୋଲିସିସ ଗ୍ୟାସୋଲିନ୍‌ (ଏଚପିଭି) ସୁବିଧା ବିକଶିତ କରାଯାଉଛି। ଏସବୁ ସୁବିଧା ୨୦୨୬-୨୭ ଆର୍ଥିକ ବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ। ଏହାସହିତ ବିସିପିଏଲ ଅଙ୍ଗାରାକାମ୍ଳ ମୁକ୍ତ ଲକ୍ଷ୍ୟ ହାସଲ କରିବା ଦିଗରେ ମଧ୍ୟ ଅଗ୍ରସର ହେଉଛି ଯାହା ଇନ୍ଧନ ପରିବର୍ତ୍ତନ, ସ୍ୱଦେଶୀ ଆତ୍ମନିର୍ଭରଶୀଳତା ଏବଂ ସହଭାଗୀ ଆର୍ଥିକ ସମୃଦ୍ଧି ଲାଗି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇଥାଏ।

ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦିବ୍ରୁଗଡ଼ ପତ୍ର ସୂଚନା କାର୍ଯ୍ୟାଳୟ ବିସିପିଏଲ ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ

September 25, 2026

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ସର୍ବଣା ବିବେକ

September 25, 2026
Latest News

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ

September 25, 2026

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ସର୍ବଣା ବିବେକ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.