ଜାମ୍ମୁ ଓ କଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରିବାକୁ ପାକିସ୍ତାନ ସରକାର ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଦେଶର ଦ୍ୱାରସ୍ଥ ହୋଇସାରିଲାଣି । ଏହି ପ୍ରସଙ୍ଗରେ କୌଣସି ବି ଦେଶ ମୁଣ୍ଡ ପୁରାଇବାକୁ ଚାହୁଁନାହାନ୍ତି । ନିକଟରେ ଟ୍ରମ୍ପ୍ ମଧ୍ୟ ଏହି ପ୍ରସଙ୍ଗକୁ ଦ୍ବିପାକ୍ଷିକ ବୋଲି ସ୍ବୀକାର କରିଛନ୍ତି । ଏବେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ରୁଷ ସମର୍ଥନ କରିଛି । ଭାରତରେ ଅବସ୍ଥାପିତ ରୁଷ୍ର ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଭାରତ ସରକାରଙ୍କ ନିଜସ୍ୱ ନିଷ୍ପତ୍ତି । ଏହା ଭାରତ ଆଭ୍ୟନ୍ତରୀଣ ମାମଲା ଅଟେ । ତେଣୁ ଯାହାବି ସମସ୍ୟା ରହିଛି ଉଭୟ ଦେଶ ସିମଲା ଚୁକ୍ତି ଅନୁସାରେ ଆଲୋଚନା କରି ସମାଧାନ କରିବା ଉଚିତ । ସେହିପରି ଭାରତ ଓ ପାକିସ୍ତାନ ବିବାଦ ମଧ୍ୟରେ ରୁଷ୍ର କୌଣସି ଭୂମିକା ନାହିଁ ବୋଲି ଋଷିଆ ଦୂତାବାସର ଉପାଧ୍ୟକ୍ଷ ରୋମାନ୍ ବବୁସ୍କିନ୍ କହିଛନ୍ତି ।