Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ
ଜୀବନ ଶୈଳୀ

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

ଅଧିକ ଉଚ୍ଚତାରୁ ଖସିବା ସମୟରେ ଜୀବନ ରକ୍ଷା ପାଇଁ ପାରାଚ୍ୟୁଟ୍‌କୁ ସବୁଠୁ ବଡ଼ ସୁରକ୍ଷା କବଚ ବୋଲି ଭାବିଥାଉ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତିଦିନ ଆକାଶମାର୍ଗରେ ଉଡ଼ୁଥିବା ବ୍ୟବସାୟିକ (କମର୍ସିଆଲ୍) ଏରୋପ୍ଲେନ୍‌ଗୁଡ଼ିକରେ ଶହ ଶହ ଯାତ୍ରୀଙ୍କ ପାଇଁ କୌଣସି ପାରାଚ୍ୟୁଟ୍‌ର ବ୍ୟବସ୍ଥା ନଥାଏ। ପ୍ରଥମ ନଜରରେ ଏହା ସୁରକ୍ଷା ନିୟମର ଏକ ବଡ଼ ତ୍ରୁଟି ପରି ମନେହେଉଥିଲେ ବି, ବାସ୍ତବରେ ଏହା ପଛରେ ରହିଛି ବୈଜ୍ଞାନିକ, ବ୍ୟାବହାରିକ ଏବଂ କଠିନ ବୈଷୟିକ କାରଣ। ବିମାନର ଓଜନ ସନ୍ତୁଳନଠାରୁ ଆରମ୍ଭ କରି ଯାତ୍ରୀଙ୍କ ବିନା ତାଲିମ ପର୍ଯ୍ୟନ୍ତ- ଏମିତି କିଛି ମୁଖ୍ୟ କାରଣ ଯୋଗୁଁ ବିମାନରେ ପାରାଚ୍ୟୁଟ୍ ରଖିବା ସୁରକ୍ଷା ଦେବା ପରିବର୍ତ୍ତେ ଅଧିକ ବିପଜ୍ଜନକ ହୋଇଥାଏ।

ଏରୋପ୍ଲେନ୍‌ରେ ଏକ ନିର୍ଦ୍ଦିଷ୍ଟ ଓଜନ ବହନର କ୍ଷମତା ରହିଛି। ତେଣୁ ଏହାଠାରୁ ଅଧିକ କିମ୍ବା କମ୍ ହେଲେ, ବିମାନ ଭାରସାମ୍ୟ ହରାଇବାର ଆଶଙ୍କା ରହିଛି। ତେଣୁ ପାରାଚ୍ୟୁଟ୍‌ଗୁଡିକ ଅଧିକ ଓଜନିଆ ସହ ଅଧିକ ଜାଗା ନେଉଥିବାରୁ ଏରୋପ୍ଲେନ୍‌ରେ ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନାହିଁ।

କମର୍ସିଆଲ୍ ଏରୋପ୍ଲେନ୍‌ରେ ମୁଖ୍ୟତଃ ଦୁର୍ଘଟଣା ଟେକ୍‌ଅପ୍ କିମ୍ବା ଲ୍ୟାଣ୍ଡିଂ ସମୟରେ ହିଁ ହୋଇଥାଏ, ଯେଉଁଠାରେ ପାରାଚ୍ୟୁଟ୍ କୌଣସି କାମରେ ଆସି ନ ଥାଏ।

ପାରାଚ୍ୟୁଟ୍ ଖୁବ୍ ଭାରି ଏବଂ ବଡ଼ ହୋଇଥିବାରୁ ଯାତ୍ରୀମାନେ ଏହାକୁ ପିନ୍ଧି ପ୍ଲେନ୍‌ରେ ବସି ଯାତ୍ରା କରିବା ଆଦୌ ଆରାମଦାୟକ ନୁହେଁ । ତା’ଛଡ଼ା ପାଖରେ ଥିଲେ ବି ହଠାତ୍ ମଧ୍ୟଆକାଶରେ କୌଣସି ଦୁର୍ଘଟଣା ଘଟିଲେ ତତ୍‌କ୍ଷଣାତ୍ ଏହାକୁ ପିନ୍ଧି ଏକାସଙ୍ଗେ ୧୦୦-୨୦୦ ଯାତ୍ରୀ ତଳକୁ ଡେଇଁବା ବି ଏକ ପ୍ରକାର ଅସମ୍ଭବ।

ଭୂପୃଷ୍ଠରୁ ଏରୋପ୍ଲେନ୍ ଖୁବ୍ ଉଚ୍ଚରେ ଉଡ଼ୁଥିବାରୁ କେବଳ ପାରାଚ୍ୟୁଟ୍‌ ନୁହେଁ, ଏହାସହ ଡେଇଁବା ସମୟରେ ଜୀବନ ରକ୍ଷା ଲାଗି ହାଇ ଅଲ୍ଟିଚ୍ୟୁଡ୍ ଇକ୍ୟୁପ୍‌ମେଣ୍ଟ ଯଥା –ଅକ୍ସିଜେନ୍‌, ଟ୍ୟାଙ୍କ୍‌, ମାସ୍କ ଏବଂ ରେଗୁଲେଟର, ଫ୍ଲାଇଟ୍ ସୁଟ୍‌, ବାଲିଷ୍ଟିକ୍ ହେଲ୍‌ମେଟ୍ ଆଦି ମଧ୍ୟ ଜରୁରୀ। ତେବେ ଦୁର୍ଘଟଣା ସମୟରେ ପାସେଞ୍ଜରକୁ ଏସବୁ ପିନ୍ଧିବା ଲାଗି ସମୟ ମିଳିବା ଅସମ୍ଭବ ହୋଇଥିବାରୁ କମର୍ସିଆଲ୍ ପ୍ଲେନ୍‌ରେ ଏସବୁକୁ ବାଦ ଦିଆଯାଇଛି।

ପାରାଚ୍ୟୁଟ୍‌ରେ ଆକାଶମାର୍ଗରୁ ଓହ୍ଲାଇବା କାର୍ଯ୍ୟ କେବଳ ଦକ୍ଷ ଏବଂ ତାଲିମପ୍ରାପ୍ତ ବ୍ୟକ୍ତି କରିପାରିବେ। ତେଣୁ ଏୟାର ଅଣତାଲିମପ୍ରାପ୍ତ ପାସେଞ୍ଜର ହୋଇଥିବାରୁ ଆବଶ୍ୟକ ପଡ଼ିଲେ ସୁଦ୍ଧା ସେମାନେ ଏହାର ସଦୁପଯୋଗ କରିପାରିବେ ନାହିଁ। ବୋଧହୁଏ ଏହିସବୁ କାରଣରୁ ପାସେଞ୍ଜରଙ୍କ ଲାଗି ଏହି ସୁବିଧା ଉପଲବ୍ଧ ନାହିଁ।

କମର୍ସିଆଲ୍ ବିମାନ ପାରାଚ୍ୟୁଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

Smoking Cessation Benefits: ଧୂମପାନ ଛାଡ଼ିବା ପରେ ଫୁସଫୁସ କେବେ ସୁସ୍ଥ ହୁଏ? ଜାଣନ୍ତୁ ବିଶେଷଜ୍ଞଙ୍କ ତଥ୍ୟ

September 22, 2026
Latest News

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

କୋହଲିଙ୍କ ଶେଷ ବିଶ୍ୱକପ୍‌ ହେବ ୨୦୨୭ ବିଶ୍ୱକପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.