ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ରିଅଲ୍ମି ଏକ୍ସଟି । ଏହି ଫୋନ୍ଟି ଆସନ୍ତା ସେପ୍ଟେମ୍ବର 29 ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଏହି ଫୋନ୍ଟିର ମୂଲ୍ୟ ଭାରତୀୟ ବଜାରରେ 16999 ଟଙ୍କା ରହିଛି । ଏହି ଫୋନ୍ରେ 6.4 ଇଞ୍ଚର ସୁପର ଆମୋଲେଡ୍ ସ୍କ୍ରିନ୍ ରହିଥିବା ବେଳେ କ୍ବାଲକମ୍ ସ୍ନାପ୍ ଡ୍ରାଗନ୍ 712 ପ୍ରସେସର ରହିଛି । ଫୋନ୍ଟିରେ 4, 6 ଏବଂ 8 ଜିବିର ରାମ୍ ରହିଥିବା ବେଳେ 64 ଏବଂ 128 ଜିବିର ଅନ୍ତରୀଣ ଷ୍ଟୋରେଜ୍ ରହିଛି । ଏହି ଫୋନ୍ଟିରେ 4000 ଏମ୍ଏଏଚ୍ର ବ୍ୟାଟେରୀ ସହିତ ଭୁକ୍ 3.0 ବ୍ୟବସ୍ଥା ରହିଥିବାରୁ ଏହା ଶୀଘ୍ର ଚାର୍ଜ ହୋଇ ପାରିବ । ଏହି ଫୋନ୍ଟି ପ୍ରାରମ୍ଭିକ ଭାବରେ ଆମାଜନ୍ରେ ଉପଲବ୍ଧ ହେବ ।