Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ
ବିଶେଷ ଖବର

କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

September 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Seized cannabis
Seized cannabis

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କୋରିଅର ସେବା ମାଧ୍ୟମରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ଉ କରି ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି। ପୁଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଯେତିକି ପ୍ରୟାସ କରୁଛନ୍ତି, ଚାଲାଣକାରୀମାନେ ଅନୁରୂପ ଭାବେ ଗୋଟିଏ ପାଦ ଆଗକୁ ଭାବି ନୂଆ ନୂଆ ଅଭିନବ ମାଧ୍ୟମରେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଭବାନୀପାଟଣାସ୍ଥିତ ସେଫ୍ ଏକ୍ସପ୍ରେସ୍ ନାମକ କୋରିଅର ସଂସ୍ଥା ଯୋଗେ ୩୨ ଟି ଥର୍ମୋକୋଲ୍ ବାକ୍ସରେ ପାଖାପାଖି ୫ କ୍ୟୁଣ୍ଟାଲ ଗଞ୍ଜେଇ ଉତ୍ତରପ୍ରଦେଶର ବୁଲନ୍ଦ ସହରକୁ ପଠାଯାଉଥିଲା। ଏହି ସମ୍ପର୍କରେ କୌଣସି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ପକ୍ଷରୁ ଉକ୍ତ କୋରିଅର ସଂସ୍ଥାର ଗୋଦାମ ଘରେ ଆକସ୍ମିକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗୋଦାମ ମଧ୍ୟରୁ ୩୨ଟି ଥର୍ମୋକୋଲ୍ ବାକ୍ସରେ ଭର୍ତ୍ତି ହୋଇ ରହିଥିବା ପ୍ରାୟ ୫ କ୍ୟୁଣ୍ଟାଲ ଗଞ୍ଜେଇ ମିଳିଥିଲା, ଯାହାକୁ ଅବକାରୀ ଟିମ୍ ତୁରନ୍ତ ଜବତ କରିଥିଲେ। ଏହି ବେଆଇନ କାରବାର ନେଇ ଅବକାରୀ ବିଭାଗ ତରଫରୁ ୨୭୨/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତଦନ୍ତ ବେଳେ ଏହି ଗଞ୍ଜେଇ ଚାଲାଣ ଘଟଣାରେ ସତେନ୍ଦ୍ର କୁମାର ପାଣ୍ଡେ (୩୦) ନାମକ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି। ସେ ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲା ଅଧୀନସ୍ଥ ସଲୋନ ଥାନା ଅଞ୍ଚଳର ମାଧେପୁର ନିନାଇୟା ଗ୍ରାମର ବାସିନ୍ଦା ବୋଲି ପୁଲିସ ଓ ଅବକାରୀ ବିଭାଗ ସୂଚନା ପାଇଛି।

ଏହି ମାମଲାର ସବୁଠାରୁ ଚର୍ଚ୍ଚିତ ଓ ସମ୍ବେଦନଶୀଳ ଦିଗ ହେଉଛି, ଜବତ ହୋଇଥିବା ପାର୍ସଲ୍‌ଗୁଡ଼ିକର ପହଞ୍ଚିବା ଠିକଣା ଭାବେ ଉତ୍ତରପ୍ରଦେଶର ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଆକାଡେମିକ ଠିକଣା ଉଲ୍ଲେଖ ରହିଛି। ତେବେ ପାର୍ସଲ୍‌ରେ କୌଣସି ଜଜ୍‌ଙ୍କ ନାମ ଉଲ୍ଲେଖ ନଥିବା ବେଳେ ପଠାଇଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ମଧ୍ୟ ଦିଆଯାଇ ନଥିବା ଜଣାପଡ଼ିଛି। କୋରିଅର ମାଧ୍ୟମରେ ଏତେ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେବା ଏବଂ ଗ୍ରାହକଙ୍କ ଠିକଣାରେ ଜଜ୍‌ଙ୍କ ଠିକଣା ଲେଖାଯିବା ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆନ୍ତଃରାଜ୍ୟ ବେଆଇନ ଗଞ୍ଜେଇ ଚାଲାଣ ରାକେଟ୍ ପଛରେ ଥିବା ପ୍ରକୃତ ଅପରାଧୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ବିଭିନ୍ନ ଦିଗରୁ ଗ୍ରହଣୀୟ ତଦନ୍ତ ଜାରି ରଖିଛି।

କଳାହାଣ୍ଡି ଜିଲ୍ଲା କୋରିଅର ଗଞ୍ଜେଇ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ଯାଏଁ ଦର୍ଶନ ବନ୍ଦ

September 27, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୋମବାର ପାଳନ ହେବ ‘ଅଣ-ବୈଠକ ଦିବସ’

September 27, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ପରେ ରେଳ ସେବା: ବାତିଲ ରହିବ ଏହି ସବୁ ଟ୍ରେନ

September 27, 2026
Latest News

କୋରିଅର ଯୋଗେ ଚାଲାଣ ହେଉଥିବା ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

September 27, 2026

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ଯାଏଁ ଦର୍ଶନ ବନ୍ଦ

September 27, 2026

ପୋଲିସ ହେପାଜତରେ ଆଶୁତୋଷ ରାଙ୍କା: ଆସାମ ସରକାରଙ୍କୁ ଚେତାବନୀ ଦେଲେ ଅଭିଜିତ

September 27, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୋମବାର ପାଳନ ହେବ ‘ଅଣ-ବୈଠକ ଦିବସ’

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.