ତେଲୁଗୁ ସିନେମାକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ନନ୍ଦିତା ଦାସ । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ନନ୍ଦିତା ଦାସ ତେଲୁଗୁ ଫିଲ୍ମ ଭୀରାତାପାର୍ବମ୍ ଜରିଆରେ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଫିଲ୍ମରେ ନନ୍ଦିତା ଦାସଙ୍କ ବ୍ୟତିତ ରାଣା ଦଗୁବତୀ ଏବଂ ସାଇ ପଲ୍ଲବୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଦୀର୍ଘ ଦିନ ପରେ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ନନ୍ଦିତା କହିଛନ୍ତି, ଏହି ଫିଲ୍ମର କାହାଣୀ ଏବଂ ଫିଲ୍ମରେ ମୋର ଭୂମିକାକୁ ନେଇ ମୁ ଉତ୍ସାହିତ ରହିଛି ବୋଲି ନନ୍ଦିତା ପ୍ରକାଶ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଏହି ଫିଲ୍ମର କାହାଣୀ 1990 ମସିହାର ମାଓ ଆନ୍ଦୋଳନ ସହିତ ସମ୍ପୃକ୍ତ । ସୂଚନାଯୋଗ୍ୟ ଯେ, ପୂର୍ବରୁ ତେଲୁଗୁ ଫିଲ୍ମ କମ୍ଲି ପାଇଁ ଜାତୀୟ ପୁରସ୍କାର ହାସଲ କରିଛନ୍ତି ନନ୍ଦିତା ।