Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁପ୍ରିମକୋର୍ଟଙ୍କ କଠୋର ପରାମର୍ଶ: ଟ୍ରାଫିକ୍ ଚାଲାଣ ନଦେଲେ କଟିବ ବିଜୁଳି ସଂଯୋଗ
ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ କଠୋର ପରାମର୍ଶ: ଟ୍ରାଫିକ୍ ଚାଲାଣ ନଦେଲେ କଟିବ ବିଜୁଳି ସଂଯୋଗ

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିମକୋର୍ଟଙ୍କ କଠୋର ପରାମର୍ଶ: ଟ୍ରାଫିକ୍ ଚାଲାଣ ନଦେଲେ କଟିବ ବିଜୁଳି ସଂଯୋଗ

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜାରି ହୋଇଥିବା ବକେୟା ଇ-ଚାଲାଣ ଅର୍ଥରାଶି ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଠୋର ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ବକେୟା ଚାଲାଣ ରାଶି ପୈଠ ନହେଲେ ଏହାକୁ ବିଜୁଳି ବିଲ୍ ସହ ଯୋଡ଼ି ଆଦାୟ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏପରିକି ଚାଲାଣ ନଦେଲେ ବିଦ୍ୟୁତ୍ ସଂଯୋଗ କାଟିବା ପାଇଁ କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିଦେବା ଯଥେଷ୍ଟ ନୁହେଁ, ଏହି ଜରିମାନା ରାଶି ଆଦାୟ ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ସଡ଼କ ସୁରକ୍ଷା ସମ୍ପର୍କିତ ୨୦୧୨ ମସିହାର ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି ସମୟରେ ଜଷ୍ଟିସ୍ ଜେ. ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ. ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ସାମାଜିକ କର୍ମୀ ଏସ୍. ରାଜଶେଖରନଙ୍କ ଦ୍ୱାରା ଦାଖଲ ଏହି ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ ଜଣାଯାଇଥିଲା ଯେ, ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଇ-ଚାଲାଣ ବାବଦରେ ପ୍ରାୟ ୪୫,୦୦୦ କୋଟି ଟଙ୍କା ଆଦାୟ ହେବାକୁ ବାକି ରହିଛି। ଏହି ବିପୁଳ ପରିମାଣର ବକେୟା ଅର୍ଥ ଆଦାୟ ପାଇଁ କୋର୍ଟ ବାସ୍ତବବାଦୀ ଉପାୟ ଆପଣାଇବାକୁ କହିଛନ୍ତି।

ଖିଲାପକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଅନେକଗୁଡ଼ିଏ କଡ଼ା ପରାମର୍ଶ ଦେଇଛନ୍ତି। ବାରମ୍ବାର ଚାଲାଣ ପୈଠ କରୁନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ନବୀକରଣ, ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଜାରି ଓ ମାଲିକାନା ପରିବର୍ତ୍ତନ (ଓନରସିପ୍ ଟ୍ରାନ୍ସଫର) ଉପରେ ରୋକ ଲଗାଯାଇପାରେ। ଏହାସହ ପରିବହନ ପୋର୍ଟାଲରେ ଏପରି ଗାଡ଼ିଗୁଡ଼ିକୁ ବ୍ଲାକ୍‌ଲିଷ୍ଟ କରିବା, ଫିଟନେସ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଜାରି ବନ୍ଦ କରିବା ଏବଂ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ନବୀକରଣ ସ୍ଥଗିତ ରଖିବା ପାଇଁ ବିଚାର କରାଯାଇଛି।

ଏହା ବ୍ୟତୀତ ବକେୟା ଚାଲାଣ ଥିବା ଗାଡ଼ିଗୁଡ଼ିକର ଅଚାନକ ଯାଞ୍ଚ କରିବାକୁ ମଧ୍ୟ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ଯାଞ୍ଚ ସମୟରେ ଜରିମାନା ଅର୍ଥ ପୈଠ ହୋଇନଥିବା ଜଣାପଡ଼ିଲେ, ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରିବାକୁ ଜଷ୍ଟିସ୍ ପାର୍ଦିୱାଲା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ଯେ, ଏହି ନିର୍ଦ୍ଦେଶଗୁଡ଼ିକ ଯଦି କେବଳ କାଗଜପତ୍ରରେ ସୀମିତ ରହେ, ତେବେ ଭବିଷ୍ୟତରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Electricity connection Supreme Court
Share. Facebook Twitter LinkedIn Email WhatsApp Copy Link

Related Posts

ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍

September 29, 2026

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026
Latest News

ସୁପ୍ରିମକୋର୍ଟଙ୍କ କଠୋର ପରାମର୍ଶ: ଟ୍ରାଫିକ୍ ଚାଲାଣ ନଦେଲେ କଟିବ ବିଜୁଳି ସଂଯୋଗ

September 29, 2026

ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍

September 29, 2026

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.