Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ
ଆଜିର ଖବର

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ
କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

ଭୁବନେଶ୍ୱର: ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ବୋରା ଗୁହାଲୁ ଓ କରକାଭାଲାସା ଷ୍ଟେସନ ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର ୪୧-୪୧ଏ ର ସଫଳ ବ୍ରେକଥ୍ରୁ (ଖନନ କାର୍ଯ୍ୟ ) ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି। ୧ ଅକ୍ଟୋବର ୨୦୨୬ରେ ଏହି ବ୍ରେକଥ୍ରୁ ଶତ ପ୍ରତିଶତ ଆଲାଇନମେଣ୍ଟ ସଠିକତା ସହ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହା ଚାଲୁଥିବା ଦୋହରୀକରଣ ପ୍ରକଳ୍ପର ଅଗ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୋଟ ୮୨୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସୁଡ଼ଙ୍ଗକୁ ଅଶ୍ୱଖୁରା (horseshoe) ଆକୃତିରେ ନିର୍ମାଣ କରାଯାଇଛି ଏବଂ ଏହାର ଆଲାଇନମେଣ୍ଟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ବକ୍ରତା ରହିଛି। ବୋରା ଗୁହାଲୁ–କରକାଭାଲାସା ବ୍ଲକ୍ ସେକ୍ସନରେ ଏହି ସୁଡ଼ଙ୍ଗର ବ୍ରେକଥ୍ରୁ ସଫଳତାର ସହିତ ସମ୍ପନ୍ନ ହୋଇଛି।

ସୁଡ଼ଙ୍ଗ ନମ୍ବର ୪୧-୪୧ଏର ସଫଳ ବ୍ରେକଥ୍ରୁ ଦୁର୍ଗମ ଭୂଖଣ୍ଡରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତା। ନିର୍ଦ୍ଧାରିତ ଆଲାଇନମେଣ୍ଟରେ ଶତ ପ୍ରତିଶତ ସଠିକତା ସହ ଏହି ବ୍ରେକଥ୍ରୁ ସମ୍ପନ୍ନ ହେବା କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପର ଅଗ୍ରଗତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

ଏହି ସୁଡ଼ଙ୍ଗର ବ୍ରେକଥ୍ରୁ (ଖନନ କାର୍ଯ୍ୟ ) ସମ୍ପନ୍ନ ହେବା ଦୋହରୀକରଣ ପ୍ରକଳ୍ପର କ୍ରମାଗତ ବିକାଶରେ ସହାୟକ ହେବା ସହ କୋଟ୍ଟାଭାଲାସା–କୋରାପୁଟ ରେଳ ସେକ୍ସନରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହା ରେଳ ଲାଇନର କ୍ଷମତା ବୃଦ୍ଧି, ପରିଚାଳନାଗତ ଦକ୍ଷତାରେ ଉନ୍ନତି ଏବଂ ଏହି ଅଞ୍ଚଳରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନର ସୁଗମ ଚଳାଚଳରେ ସହାୟକ ହେବ।

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପ ସୁଡ଼ଙ୍ଗ ଖନନ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026
Latest News

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.