Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍‌
ଆଜିର ଖବର

ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍‌

October 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ଅଧାରାତିରେ ଘର ବାରଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଇ-ସ୍କୁଟି। ପାଖରେ ଥିବା ଅନ୍ୟ ଏକ ବାଇକ୍‌କୁ ମଧ୍ୟ କବଳିତ କଲା ନିଆଁ। ତେବେ ସୌଭାଗ୍ୟବଶତଃ ନିଆଁ ଘର ଭିତରକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ ହୋଇଯିବାରୁ ଏକ ବଡ଼ ଅଘଟଣରୁ ରକ୍ଷା ପାଇଲେ ପରିବାର। ଘଟଣାଟି ବଡ଼ସାହି ଥାନା ଅଧୀନ କୁଳିଅଣା ଉପକଣ୍ଠ ବର୍ତ୍ତନା ଗ୍ରାମରେ ଘଟିଛି।

ସୂଚନା ଅନୁଯାୟୀ, ବର୍ତ୍ତନା ଗ୍ରାମର କିଶୋର କୁମାର ଦାସ ପ୍ରାୟ ୬ ମାସ ତଳେ ଏକ ହିରୋ ଭିଡା ଇ-ସ୍କୁଟି କିଣିଥିଲେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ସେ ଘରକୁ ଫେରିବା ପରେ ସ୍କୁଟିଟିକୁ ଘର ବାରଣ୍ଡାରେ ରଖିଥିଲେ। ସେଠାରେ ପୂର୍ବରୁ ତାଙ୍କର ଅନ୍ୟ ଏକ ବାଇକ୍‌ ମଧ୍ୟ ରହିଥିଲା। ତେବେ ରାତି ପ୍ରାୟ ୧ଟା ବେଳେ ହଠାତ୍‌ ବାରଣ୍ଡାରୁ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ କିଶୋର। ଆଖି ପିଛୁଳାକେ ନିଆଁ ସ୍କୁଟିକୁ ସମ୍ପୂର୍ଣ୍ଣ କବଳିତ କରି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।

ସ୍କୁଟିରେ ଲାଗିଥିବା ନିଆଁ ଧୀରେ ଧୀରେ ପାଖରେ ରଖାଯାଇଥିବା ବାଇକ୍‌କୁ ବ୍ୟାପି ଯାଇଥିଲା। ଫଳରେ ଉଭୟ ଗାଡ଼ି ନିଆଁ କବଳରେ ପଡ଼ିଥିଲା। ହଠାତ୍‌ ଘଟିଥିବା ଏହି ଘଟଣାରେ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ସେତେବେଳକୁ ନିଆଁରେ ଉଭୟ ଗାଡ଼ି ପ୍ରାୟ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ।
ପ୍ରାଥମିକ ସ୍ତରରେ ସର୍ଟ ସର୍କିଟ୍‌ ଯୋଗୁଁ ଇ-ସ୍କୁଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ସ୍କୁଟିଟି ମାତ୍ର ପ୍ରାୟ ୬ ମାସ ପୂର୍ବରୁ କିଣାଯାଇଥିବାରୁ ବ୍ୟାଟେରୀ କିମ୍ବା ଇଲେକ୍ଟ୍ରିକାଲ୍‌ ସିଷ୍ଟମ୍‌ରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ମଧ୍ୟ ତଦନ୍ତର ବିଷୟ ହୋଇପାରେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Hero Vida scooter fire ଇ-ସ୍କୁଟିରେ ନିଆଁ
Share. Facebook Twitter LinkedIn Email WhatsApp Copy Link

Related Posts

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026
Latest News

ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍‌

October 4, 2026

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ମୋବାଇଲ୍ ରିଚାର୍ଜରେ ବଡ଼ ପରିବର୍ତ୍ତନ, ଡାଟା ନୁହେଁ କେବଳ କଲ୍-SMS ପାଇଁ ମିଳିବ ସ୍ୱତନ୍ତ୍ର ପ୍ୟାକ୍

October 4, 2026

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ମୁମ୍ବାଇରୁ ବିଦେଶ ଯାଉଛନ୍ତି କି? ଫ୍ଲାଇଟ୍ ବୁକିଂ ପୂର୍ବରୁ ଜାଣନ୍ତୁ ଏହି ବଡ଼ ଅପଡେଟ୍

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.