Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ
ଆଜିର ଖବର

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

ଭୁବନେଶ୍ୱର: ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ ହେୟାର ସାର୍ଟିଫିକେଟ୍) କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ୟୁନିଟ୍-୬ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ନିରଞ୍ଜନ ସିଂହ। ତଦନ୍ତ ରିପୋର୍ଟ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍‌ହାଣ୍ଡେଡ୍ ଗିରଫ କରିଛି।

ସୂଚନା ଅନୁଯାୟୀ, ଆବେଦନକାରୀ ନିଜ ମା’ ଓ ସାନ ଭାଇଙ୍କ ମୃତ୍ୟୁ ପରେ ଆବଶ୍ୟକୀୟ କାଗଜପତ୍ର ସହ ଗତ ସେପ୍ଟେମ୍ବର ୯ ତାରିଖରେ ଅନଲାଇନ୍‌ରେ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏହାପରେ ସେ ଆରଆଇ ନିରଞ୍ଜନ ସିଂହଙ୍କୁ ୩-୪ ଥର ଭେଟି ତଦନ୍ତ ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ। ମାତ୍ର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଆରଆଇ ଏଥିରେ ବିଳମ୍ବ କରିବା ସହ ଅନଲାଇନ୍ ଅନୁମୋଦନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ନିରୁପାୟ ହୋଇ ଆବେଦନକାରୀ ଏ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଅଭିଯୁକ୍ତ ଆରଆଇଙ୍କୁ କାବୁ କରିଥିଲା। ଏହି ଘଟଣାରେ ଦୁର୍ନୀତି ନିବାରଣ ଆଇନ (୨୦୧୮)ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ଆରଆଇ ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତ୍ରୀ କୋୟଲ ମଲ୍ଲିକ

October 5, 2026
Latest News

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.