ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଦାମିଆ ବରବରା ଜଙ୍ଗଲରୁ ଅଜଣା ଯୁବକଙ୍କ ନର କଙ୍କାଳ ଉଦ୍ଧାର ହୋଇଛି। ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରୁ ପ୍ୟାଣ୍ଟ, ଜ୍ୟାକେଟ ଓ ଜୋତା ପିନ୍ଧା ଅବସ୍ଥାରେ ମିଳିଛି ଏହି କଙ୍କାଳ। ଜଙ୍ଗଲ ବିଭାଗର ସୂଚନା ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ଜବତ କରିଛି ନର କଙ୍କାଳ।
ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି। ତେବେ ଏହା ହତ୍ୟା ନା ସ୍ୱାଭାବିକ ମୃତ୍ୟୁ? କିଏ ଏହି ମୃତକ ବ୍ୟକ୍ତି? ଜଙ୍ଗଲ ଭିତରକୁ କିପରି ଆସିଲେ? ଏସବୁକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି।
ତେବେ ଏ ନେଇ ବାଣପୁର ପୋଲିସ ୧୪/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ଉକ୍ତ କଙ୍କାଳକୁ କଟକସ୍ଥିତ ଏଫଏମଟି ବିଭାଗକୁ ପଠାଇବ ବୋଲି ଜଣାପଡିଛି।


