ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢାଉ କରି ବେଆଇନ ଚୋରା ଚାଲାଣ ଗଞ୍ଜେଇ ସହ ଏକ କାର ଜବତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟର ସିଦ୍ଧି ଜିଲ୍ଲା ଅଞ୍ଚଳର ରାଜ କୁମାର ସକେତ (୨୪), ରାହୁଲ ସଜେତ୍ (୨୬) ଓ ରାଜ୍ୟ ଛତିଶଗଡ଼ ଜିଲ୍ଲା କୋରିୟା ଥାନା ଭଗବାନପୁର ଅଞ୍ଚଳର ଦେବିଲାଲ ସିଂ (୪୦)।
ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଅବକାରୀ ବିଭାଗ ଇନ୍ସପେକ୍ଟର ରାଜେଶ ପଟେଲଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ କେଳାକଟା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମାରୁତି ସୁଜୁକି କାର ଜେଏଚ ୧୦ ବିକ୍ୟୁ ୩୩୭୩ ନମ୍ବର ବିଶିଷ୍ଟ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଧେହ କରି ଅଟକାଇ ଯାଞ୍ଚ କରିଥିଲେ। ଏଥିରେ ଗାଡି ଭିତରୁ ଏକ ବସ୍ତାରେ ୧୦ କେଜି ବେଆଇନ ଗଞ୍ଜେଇ ଜବତ କରିଥିବା ବେଳେ ଉକ୍ତ ତିନି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ଏଥିରେ ଗଞ୍ଜେଇ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଉକ୍ତ ତିନି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।


