Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକଣା ସତ୍ତ୍ୱେ ବେଧଡ଼କ ନିଷିଦ୍ଧ ତମାଖୁ ବେପାର: ବର୍ଷକୁ ଆସୁଛି ୧୨୦୫ କୋଟିର ଗୁଟ୍‌ଖା-ପାନମସଲା
ବିଶେଷ ଖବର

କଟକଣା ସତ୍ତ୍ୱେ ବେଧଡ଼କ ନିଷିଦ୍ଧ ତମାଖୁ ବେପାର: ବର୍ଷକୁ ଆସୁଛି ୧୨୦୫ କୋଟିର ଗୁଟ୍‌ଖା-ପାନମସଲା

October 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Unabated trade in banned tobacco despite restrictions: Gutkha and pan masala worth ₹1,205 crore arriving annually.
Unabated trade in banned tobacco despite restrictions: Gutkha and pan masala worth ₹1,205 crore arriving annually.

ଭୁବନେଶ୍ୱର: ଓଡିଶା ଏବେ ୧୯ଟି ରାଜ୍ୟର ଗୁଟ୍‍ଖା, ଖଇନି, ପାନମସଲା, ବିଡି ଓ ସିଗାରେଟ୍‌ ବ୍ୟବସାୟୀମାନଙ୍କ ପାଇଁ ଗୋଟିଏ ଲାଭଜନକ ସ୍ଥାନ ପାଲଟିଛି । ଗୋଟିଏ ବର୍ଷରେ ଓଡିଶାକୁ ୧୨ ଶହ କୋଟି ଟଙ୍କାରୁ ଅଧିକ ପରିମାଣର ଏହିସବୁ ସାମଗ୍ରୀ ରାଜ୍ୟକୁ ଆସିଛି। ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ବୈଠକ କରି ବିଦ୍ୟାଳୟ ଆଖପାଖରେ ପାନ ଦୋକାନ ରହିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା କେତେ ପରିମାଣରେ କାର୍ଯ୍ୟକାରୀ ହେବ ତାହା ବଡକଥା ହୋଇଥିବାବେଳେ ବର୍ଷକୁ ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁଟ୍‍ଖା, ପାନମସଲା ଆଦି ଓଡିଶାକୁ ପ୍ରବେଶ କରୁଥିବାରୁ ତାହାସବୁ କେଉଁଠି କିଭଳି ବିକ୍ରି ହେବ ତାହା ବଡ ପ୍ରଶ୍ନବାଚୀ ହୋଇଛି। ରାଜ୍ୟ ସରକାର ୨୦୧୩ ମସିହାରେ ବିଜ୍ଞପ୍ତି ଜାରି କରି ରାଜ୍ୟରେ ଗୁଟ୍‍ଖା, ତମାଖୁଯୁକ୍ତ ପାନମସଲା ଆଦିର ଉତ୍ପାଦନ, ମହଜୁଦ, ବିକ୍ରୟକୁ ନିଷେଧ କରିଥିବାବେଳେ ରାଜ୍ୟରେ କିନ୍ତୁ ବେଧଡକ ଭାବେ ଏହିସବୁ ସାମଗ୍ରୀର ବେପାର ଚାଲିଛି।

ବ୍ୟବସାୟୀମାନେ ଯୁବବର୍ଗଙ୍କୁ ନଜରରେ ରଖି ଅନ୍ୟ ରାଜ୍ୟରୁ ବିପୁଳ ପରିମାଣର ଗୁଟ୍‍ଖା, ତମାଖୁଯୁକ୍ତ ପାନମସଲା ଆମଦାନୀ କରିବାରେ ଲାଗିଛନ୍ତି । କେବଳ ଗତ ଆର୍ଥିକ ବର୍ଷରେ ୧୯ଟି ରାଜ୍ୟରୁ ୧୨୦୫ କୋଟି ୬୨ଲକ୍ଷ ୩୦ହଜାର ଟଙ୍କାର ଗୁଟ୍‍ଖା, ପାନମସଲା, ବିଡି, ସିଗାରେଟ ଆଦି ଓଡିଶା ବଜାରକୁ ଆସିଛି । ଏଥିରେ ସବୁଠାରୁ ଆଗରେ ରହିଛି ପଶ୍ଚିମବଙ୍ଗ । ଏହି ପଡୋଶୀ ରାଜ୍ୟରୁ ଓଡିଶାକୁ ୬୬୮ କୋଟି ଟଙ୍କାର ଏହିସବୁ ସାମଗ୍ରୀ ଆସିଛି । ଏହା ପଛକୁ ରହିଛି ଉତ୍ତରପ୍ରଦେଶ । ସେହି ରାଜ୍ୟରୁ ଆସିଛି ପାଖପାଖି ୨୦୦ କୋଟି ଟଙ୍କାର ଏହିସବୁ ନିଶାଯୁକ୍ତ ସାମଗ୍ରୀ । ଆନ୍ଧ୍ରପ୍ରଦେଶରୁ ୩୨ କୋଟି ଟଙ୍କାର ସାମଗୀ ଆସିଥିବାବେଳେ ବିହାରରୁ ୧୦୪ କୋଟି, ଛତିଶଗଡରୁ ୨୦ କୋଟି, ଗୁଜୁରାଟରୁ ୩୫ କୋଟି, କର୍ଣ୍ଣାଟକରୁ ୮୭ କୋଟି, ଝାଡଖଣ୍ଡରୁ ୧୩ କୋଟି, ମହରାଷ୍ଟ୍ରରୁ ୧୦ କୋଟି ଟଙ୍କାର ସାମଗ୍ରୀ ବି ଆସିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ରାଜ୍ୟ ସରକାର ୨୦୧୩ରୁ ଗୁଟ୍‍ଖା, ପାନମସଲା ଭଳି ସାମଗ୍ରୀ ଉପରେ କଟକଣା ଜାରି କରିଥିବାବେଳେ ସେହିସବୁ ସାମଗ୍ରୀରୁ କିନ୍ତୁ ଟିକସ ଆଦାୟ କରିବାରେ ଲାଗିଛନ୍ତି। ୨୦୧୬-୧୭ ମସିହାରେ ଏଥିରୁ ୨୬୪ କୋଟି ଟଙ୍କାର ଟିକସ ଆଦାୟ କରିଥିବାବେଳେ ୨୦୨୪-୨୫ରେ ଆଦାୟ ଟିକସ ପରିମାଣ ୧୨୩୪ କୋଟି ଟଙ୍କାକୁ ଟପିଯାଇଛି। ବର୍ଷକୁ ବର୍ଷ ଏହିସବୁ ନିଷିଦ୍ଧ ସାମଗ୍ରୀର ବ୍ୟବସାୟ ବଢିବା ସହିତ ସରକାର ବି ଅଧିକ ପରିମାଣର ଟିକସ ଆଦାୟ କରିବାରେ ଲାଗିଛନ୍ତି। ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି କଟକଣା ଜାରି କରିଥିବାବେଳେ ଅର୍ଥ ବିଭାଗ କିନ୍ତୁ ରାଜକୋଷର ସୁରକ୍ଷା ପାଇଁ ଟିକସ ଆଦାୟ କରିବାରେ ଲାଗିଛି। ବର୍ତ୍ତମାନ ସରକାର ନିଶା ମୁକ୍ତ ଭାରତ ଅଭିଯାନରେ ଲୋକଙ୍କୁ ନିଶା ଠାରୁ ଦୂରରେ ରହିବାକୁ ଅନୁରୋଧ କରୁଥିବାବେଳେ ରାଜ୍ୟକୁ ପ୍ରବେଶ କରୁଥିବା ହଜାର ହଜାର କୋଟି ଟଙ୍କାର ଗୁଟ୍‍ଖା, ତମାଖୁଯୁକ୍ତ ପାନମସଲାର ଆମଦନୀ କେବେ ଓ କିଭଳି ବନ୍ଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସରକାର ଯଦି ଏହାକୁ ବନ୍ଦ କରିନପାରିବେ ଓ ରାଜକୋଷ ଭରିବାପାଇଁ ଟିକସ ଆଦାୟ ଜାରି ରଖିବେ ତେବେ ନିଶାମୁକ୍ତ ଭାରତ ଅଭିଯାନ କେବଳ ଭାଷଣରେ ରହିଯିବ ବୋଲି ନିଶାମୁକ୍ତି ଅଭିଯାନ ସହିତ ଜଡିତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି।

ତମାଖୁ ବେପାର ତମାଖୁଯୁକ୍ତ ପାନମସଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଶୁତୋଷ ଦୀକ୍ଷିତ

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026
Latest News

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.