Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବୁଡ଼ିଗଲା ବୋଟ୍‌, ୧୦୯ ମୃତ
ଅନ୍ତରାଷ୍ଟ୍ରୀୟ

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Boat sinks, 109 dead
Boat sinks, 109 dead

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଜିବୁତି ଉପକୂଳରେ ଏକ ବଡ଼ ଅଘଟଣ ଘଟିଛି। ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ରହିଛନ୍ତି। ଏହି ଦୁର୍ଘଟଣାରେ ୮୦ରୁ ଅଧିକ ଲୋକ ଉଦ୍ଧାର ହୋଇଥିବା ବେଳେ ୧୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ତର୍ଜାତୀୟ ପ୍ରବାସ ସଂଗଠନ ରବିବାର ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଛି।

ସଂଗଠନ ଅନୁଯାୟୀ, ଡଙ୍ଗାଟି ଜିବୁତିରୁ ୟେମେନ ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦୯ ଜଣଙ୍କ ମଧ୍ୟରେ ୫୨ ଜଣ ପୁରୁଷ, ୪୨ ଜଣ ମହିଳା ଏବଂ ୧୫ ଜଣ ଶିଶୁ ଅଛନ୍ତି। ଗୋଟିଏ ଡଙ୍ଗାରେ ଏତେ ସଂଖ୍ୟକ ଲୋକ ଯାତ୍ରା କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିବା ଚିନ୍ତା ବଢ଼ାଇଛି। ଏହି ଦୁର୍ଘଟଣା ପରେ ୮୦ରୁ ଅଧିକ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ତେବେ ଆଉ ୧୧୬ ଜଣଙ୍କ ପତ୍ତା ମିଳିନାହିଁ। ସେମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଅଭିଯାନ ଜାରି ରହିଛି। ଅନ୍ତର୍ଜାତୀୟ ଅଭିବାସନ ସଂଗଠନ ଅନୁଯାୟୀ, ଆଫ୍ରିକାର ‘ହର୍ଣ୍ଣ ଅଫ୍ ଆଫ୍ରିକା’ ଅଞ୍ଚଳରୁ ହଜାର ହଜାର ପ୍ରବାସୀ ସୁରକ୍ଷା ଓ ଉନ୍ନତ ଆର୍ôଥକ ସୁଯୋଗ ସନ୍ଧାନରେ ଜିବୁତି ଦେଇ ଗଲ୍ଫ ଦେଶଗୁଡ଼ିକ ଆଡ଼କୁ ଯାଇଥାନ୍ତି। ଏହି ଯାତ୍ରା ସମୟରେ ସେମାନଙ୍କୁ ବାବ୍‌-ଅଲ୍‌-ମାନ୍ଦେବ୍ ପ୍ରଣାଳୀ ଅତିକ୍ରମ କରିବାକୁ ପଡ଼ିଥାଏ। ୟେମେନରେ ହିଂସା ଓ ଅସ୍ଥିରତା ଜାରି ରହିଥିଲେ ମଧ୍ୟ ପ୍ରବାସୀଙ୍କ ଏହି ଯାତ୍ରା ବନ୍ଦ ହୋଇନାହିଁ। ଉନ୍ନତ ଜୀବନ ଓ ରୋଜଗାର ଆଶାରେ ଅନେକ ଲୋକ ଜୀବନକୁ ବିପଦରେ ପକାଇ ସମୁଦ୍ରପଥରେ ଯାତ୍ରା କରୁଛନ୍ତି। ଅନ୍ତର୍ଜାତୀୟ ପ୍ରବାସ ସଂଗଠନ ମିଶନ୍ ମୁଖ୍ୟ ଆଲେକ୍ସଜାଣ୍ଡର କୋଏସାକ୍ ଏହି ଦୁର୍ଘଟଣାକୁ ଜୀବନ ଓ ସମ୍ପତ୍ତିର ବଡ଼ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି।

ଜିବୁତି ଉପକୂଳ ବୋଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ବନ ବିଭାଗ ଚଢ଼ାଉ: ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

October 11, 2026
Latest News

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.