Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ
ଆଜିର ଖବର

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତପ୍ତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ବାଣୀ ବିହାରରେ ବିଳମ୍ବିତ ରାତିରେ ବୋମା ଫୁଟିବା ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିବା ପରେ କ୍ୟାମ୍ପସରେ ଉତ୍ତେଜନା ବଢ଼ିଛି। କ୍ୟାମ୍ପେନିଂ ଚାଲିଥିବା ସମୟରେ ବୋମାମାଡ଼ ହୋଇଥିବା ଅଭିଯୋଗ ଆସିଛି। ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କ୍ୟାମ୍ପସରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବୋମା ଫୁଟିବା ଭଳି ଏକ ଜୋରଦାର ଶବ୍ଦ ଶୁଣାଯାଇଥିଲା। ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପେନିଂ ଚାଲିଥିବା ବେଳେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହା ପରେ ୧ ନମ୍ବର ଛାତ୍ରାବାସ ସମ୍ମୁଖରେ ଛାତ୍ରମାନେ ଏକାଠି ହୋଇ ହୋହଲ୍ଲା କରିଥିଲେ।
ଛାତ୍ର ସଂସଦ ନିର୍ବାଚନକୁ ନେଇ ପୂର୍ବରୁ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ରହିଥିବା ବେଳେ ଏହି ଘଟଣା ସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି। ତେବେ ଘଟଣାସ୍ଥଳରେ ପ୍ରକୃତରେ ବୋମାମାଡ଼ ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣାକୁ ନେଇ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଘେରାଉ କରିଥିଲେ। ଏହା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରମାନଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନେବା ଦାବିରେ ଛାତ୍ର ବିଜେଡି ପକ୍ଷରୁ ଡିସିପିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଛାତ୍ରମାନଙ୍କ ସହ ଆଲୋଚନା ପରେ ଡିସିପି ୧ ନମ୍ବର ଛାତ୍ରାବାସ ନିକଟକୁ ଯାଇଥିଲେ। ବୋମା ଫୁଟିବା ଭଳି ଶବ୍ଦ ଶୁଣାଯାଇଥିବା ସ୍ଥାନରେ ପହଞ୍ଚି ସେ ସ୍ଥିତି ଅନୁଧ୍ୟାନ କରିଥିଲେ।
କ୍ୟାମ୍ପସରେ ଏବେ ବି ଚାପା ଉତ୍ତେଜନା ଲାଗିରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀ ବିହାରରେ ଦେଖାଦେଇଥିବା ଏହି ଉତ୍ତେଜନା କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ରାତିରେ ଶୁଣାଯାଇଥିବା ପ୍ରଚଣ୍ଡ ଶବ୍ଦର ପ୍ରକୃତ କାରଣ କ’ଣ, ଏଥିରେ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ନିର୍ବାଚନୀ ପ୍ରଚାର ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ସ୍ପଷ୍ଟ ହେବା ବାକି ରହିଛି। ଏବେ ସମସ୍ତଙ୍କ ନଜର ପୁଲିସର ପରବର୍ତ୍ତୀ ପଦକ୍ଷେପ ଏବଂ ତଦନ୍ତ ଉପରେ ରହିଛି। ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଶାନ୍ତି ଫେରିବ କି ନାହିଁ, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

#ଉତ୍କଳବିଶ୍ୱବିଦ୍ୟାଳୟ #ଛାତ୍ରରାଜନୀତି #ଛାତ୍ରସଂସଦନିର୍ବାଚନ ବାଣୀବିହାର ବୋମାମାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

UPI Payment Charges: ବଡ଼ ବ୍ୟବସାୟୀଙ୍କୁ ଲାଗିପାରେ MDR ଫି, EMI ପେମେଣ୍ଟକୁ ମିଳିପାରେ ଛାଡ଼!

October 12, 2026

ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଭାରତୀୟଙ୍କ ସମେତ ୧୩ ମୃତ

October 12, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026
Latest News

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026

UPI Payment Charges: ବଡ଼ ବ୍ୟବସାୟୀଙ୍କୁ ଲାଗିପାରେ MDR ଫି, EMI ପେମେଣ୍ଟକୁ ମିଳିପାରେ ଛାଡ଼!

October 12, 2026

ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଭାରତୀୟଙ୍କ ସମେତ ୧୩ ମୃତ

October 12, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.