Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ
ରାଜ୍ୟ ଖବର

ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

October 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

ଭୁବନେଶ୍ୱର: ଭାରତ ଆଜି ଡାଲି ଜାତୀୟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହି ଜାତୀୟ ପ୍ରକ୍ରିୟାରେ ଓଡ଼ିଶା ଏକ ପ୍ରମୁଖ ତଥା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ କୃଷି ଓ କୃଷକଙ୍କ ସମାନ୍ତରାଳ ବିକାଶ ପାଇଁ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୀତି କାରଣରୁ ଏହି ଗୌରବମୟ ସଫଳତା ହାସଲ ହୋଇପାରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ. ଭି. ସିଂହଦେଓ ଏବଂ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସାଧୁବାଦ ଓ ଶୁଭେଚ୍ଛା ଜଣାଯାଇଛି।

କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ କହିଛନ୍ତି ଯେ, ଡାଲି ଉତ୍ପାଦନ କ୍ଷେତ୍ରରେ ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆତ୍ମନିର୍ଭର ମିଶନ’ ସଫଳତାର ସହ ଏକ ବର୍ଷ ପୂରଣ କରିଛି। ବିଦେଶରୁ ଡାଲି ଆମଦାନୀ ଉପରେ ନିର୍ଭରତା କ୍ରମାଗତ ଭାବେ କମାଇବା ସହ ସ୍ଥାନୀୟ ଚାଷୀଙ୍କ ଆୟ ବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ପାରମ୍ପରିକ ଧାନ ଚାଷ ଉପରେ କେବଳ ନିର୍ଭର ନରହି ଡାଲି ଜାତୀୟ ଖାଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଶେଷ ପ୍ରଚେଷ୍ଟା ଏବଂ ଯୋଜନାବଦ୍ଧ ସହାୟତା ଏବେ କ୍ଷେତ୍ର ସ୍ତରରେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି।

ଚାଷୀମାନଙ୍କୁ ସମୟସୀମା ଭିତରେ ଉନ୍ନତମାନର ବିହନ ଯୋଗାଣ, ଆଧୁନିକ କୃଷି ଜ୍ଞାନକୌଶଳର ପ୍ରସାର, ଏବଂ ଜଳସେଚନ ଓ ବଜାର ସଂଯୋଗୀକରଣ ବ୍ୟବସ୍ଥାରେ ସୁଧାର ଆଣିବା ଫଳରେ ରାଜ୍ୟରେ ଡାଲି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଓ ମୋଟ ଉତ୍ପାଦନ ବହୁଗୁଣିତ ହୋଇପାରିଛି। ରାଜ୍ୟ ସରକାରଙ୍କ ଏହି କୃଷକ-ଅନୁକୂଳ ନୀତି କେବଳ ଓଡ଼ିଶାର ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟକ ହୋଇନାହିଁ, ବରଂ ଜାତୀୟ ସ୍ତରରେ ଭାରତକୁ ଡାଲି ଉତ୍ପାଦନରେ ଆଗକୁ ନେବାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। ଆଗାମୀ ଦିନରେ ଏହି ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ ଓଡ଼ିଶା କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଳବ ସୃଷ୍ଟି କରିବ ଏବଂ କୃଷକମାନଙ୍କ ଆର୍ଥିକ ଉନ୍ନତି ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ପାଢ଼ୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

ଓଡିଶା ଡାଲି ଉତ୍ପାଦନ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026
Latest News

ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

October 13, 2026

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’

October 13, 2026

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.