ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ନିଲାମ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଦଳବଦଳ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଦ୍ରୁତ ବୋଲର୍ ଟି. ନଟରାଜନ୍ ପୁଣିଥରେ ସନରାଇଜର୍ସ ହାଇଦ୍ରାବାଦ୍କୁ ଫେରିଥିବା ବେଳେ ତାଙ୍କ ବଦଳରେ ଲେଗ୍ ସ୍ପିନର୍ ଜିଶାନ୍ ଅନ୍ସାରୀ ଦିଲ୍ଲୀ ଟିମ୍ରେ ସାମିଲ ହୋଇଛନ୍ତି। ହାଇଦ୍ରାବାଦ ୫ କୋଟି ଟଙ୍କା ବିନିମୟରେ ନଟରାଜନଙ୍କୁ ପୁଣି ଦଳକୁ ଟାଣିଛି। ସେ ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଏହି ଫ୍ରାଞ୍ଚାଇଜିର ସଦସ୍ୟ ଥିଲେ। ବିଶେଷକରି ୨୦୨୪ ସିଜନ୍ରେ ସେ ସର୍ବାଧିକ ୧୯ ୱିକେଟ୍ ନେଇ ଦଳ ପାଇଁ ସବୁଠାରୁ ସଫଳ ବୋଲର୍ ସାବ୍ୟସ୍ତ ହୋଇଥିଲେ। ଗତ ୨୦୨୫ ନିଲାମରେ ଦିଲ୍ଲୀ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିବା ବେଳେ ଏବେ ସେ ସଂଶୋଧିତ ୫ କୋଟି ଟଙ୍କାର ଫି’ରେ ଆଗାମୀ ସିଜନ୍ ଖେଳିବେ।
ଅନ୍ୟପକ୍ଷେ, ଜିଶାନ୍ ଅନସାରୀ ତାଙ୍କର ପୂର୍ବ ନିର୍ଦ୍ଧାରିତ ୪୦ ଲକ୍ଷ ଟଙ୍କା ମୂଲ୍ୟରେ ଦିଲ୍ଲୀ ଟିମ୍ ପାଇଁ ଖେଳିବେ। ସେ ଆଇପିଏଲ୍ ୨୦୨୫ରେ ହାଇଦ୍ରାବାଦ ପାଇଁ ୧୦ଟି ମ୍ୟାଚ୍ ଖେଳି ୬ ୱିକେଟ୍ ହାସଲ କରିଥିଲେ। ତେବେ ୨୦୨୬ ସିଜନ୍ରେ ତାଙ୍କୁ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନଥିଲା। ୨୦୨୭ ସିଜନ୍ ପୂର୍ବରୁ ଏହା ଏକମାତ୍ର ଖେଳାଳି ଟ୍ରେଡ୍ ନୁହେଁ। ଚଳିତ ବର୍ଷ ଜୁନ୍ ମାସରେ ଭାରତୀୟ ୱିକେଟ୍କିପର ଋଷଭ ପନ୍ତ ଏବଂ ରିଷ୍ଟ୍ ସ୍ପିନର୍ କୁଲଦୀପ ଯାଦବଙ୍କୁ ନେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ ମଧ୍ୟରେ ମଧ୍ୟ ବଡ଼ଧରଣର ଟ୍ରେଡ୍ ହୋଇଥିଲା। ୨୦୨୫ ମେଗା ନିଲାମରେ ଲକ୍ଷ୍ନୌ ପନ୍ତ୍ଙ୍କୁ ରେକର୍ଡ ୨୭ କୋଟି ଟଙ୍କାରେ କିଣିଥିବା ବେଳେ, ଦିଲ୍ଲୀକୁ ଫେରିବା ପରେ ତାଙ୍କ ଫିସ୍ ୧୨ କୋଟିକୁ ହ୍ରାସ ପା


