Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍
ଖେଳ

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ନିଲାମ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଦଳବଦଳ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଦ୍ରୁତ ବୋଲର୍ ଟି. ନଟରାଜନ୍ ପୁଣିଥରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଫେରିଥିବା ବେଳେ ତାଙ୍କ ବଦଳରେ ଲେଗ୍ ସ୍ପିନର୍ ଜିଶାନ୍ ଅନ୍‌ସାରୀ ଦିଲ୍ଲୀ ଟିମ୍‌ରେ ସାମିଲ ହୋଇଛନ୍ତି। ହାଇଦ୍ରାବାଦ ୫ କୋଟି ଟଙ୍କା ବିନିମୟରେ ନଟରାଜନଙ୍କୁ ପୁଣି ଦଳକୁ ଟାଣିଛି। ସେ ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଏହି ଫ୍ରାଞ୍ଚାଇଜିର ସଦସ୍ୟ ଥିଲେ। ବିଶେଷକରି ୨୦୨୪ ସିଜନ୍‌ରେ ସେ ସର୍ବାଧିକ ୧୯ ୱିକେଟ୍ ନେଇ ଦଳ ପାଇଁ ସବୁଠାରୁ ସଫଳ ବୋଲର୍ ସାବ୍ୟସ୍ତ ହୋଇଥିଲେ। ଗତ ୨୦୨୫ ନିଲାମରେ ଦିଲ୍ଲୀ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିବା ବେଳେ ଏବେ ସେ ସଂଶୋଧିତ ୫ କୋଟି ଟଙ୍କାର ଫି’ରେ ଆଗାମୀ ସିଜନ୍ ଖେଳିବେ।

ଅନ୍ୟପକ୍ଷେ, ଜିଶାନ୍ ଅନସାରୀ ତାଙ୍କର ପୂର୍ବ ନିର୍ଦ୍ଧାରିତ ୪୦ ଲକ୍ଷ ଟଙ୍କା ମୂଲ୍ୟରେ ଦିଲ୍ଲୀ ଟିମ୍ ପାଇଁ ଖେଳିବେ। ସେ ଆଇପିଏଲ୍ ୨୦୨୫ରେ ହାଇଦ୍ରାବାଦ ପାଇଁ ୧୦ଟି ମ୍ୟାଚ୍ ଖେଳି ୬ ୱିକେଟ୍ ହାସଲ କରିଥିଲେ। ତେବେ ୨୦୨୬ ସିଜନ୍‌ରେ ତାଙ୍କୁ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନଥିଲା। ୨୦୨୭ ସିଜନ୍ ପୂର୍ବରୁ ଏହା ଏକମାତ୍ର ଖେଳାଳି ଟ୍ରେଡ୍ ନୁହେଁ। ଚଳିତ ବର୍ଷ ଜୁନ୍‌ ମାସରେ ଭାରତୀୟ ୱିକେଟ୍‌କିପର ଋଷଭ ପନ୍ତ ଏବଂ ରିଷ୍ଟ୍ ସ୍ପିନର୍ କୁଲଦୀପ ଯାଦବଙ୍କୁ ନେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ ମଧ୍ୟରେ ମଧ୍ୟ ବଡ଼ଧରଣର ଟ୍ରେଡ୍ ହୋଇଥିଲା। ୨୦୨୫ ମେଗା ନିଲାମରେ ଲକ୍ଷ୍ନୌ ପନ୍ତ୍‌ଙ୍କୁ ରେକର୍ଡ ୨୭ କୋଟି ଟଙ୍କାରେ କିଣିଥିବା ବେଳେ, ଦିଲ୍ଲୀକୁ ଫେରିବା ପରେ ତାଙ୍କ ଫିସ୍ ୧୨ କୋଟିକୁ ହ୍ରାସ ପା

ଆଇପିଏଲ୍ ଟି. ନଟରାଜ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ଆଇପିଏଲ-୨୦୨୭: ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ଭାବରେ ଯୁବରାଜ ସିଂହ ନିଯୁକ୍ତ

October 13, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.