ସମୀକ୍ଷା ବ୍ୟୁରୋ
ବାଣପୁର : ଅପହୃତ ହୋଇଥିବା ଜଣେ ନାବାଳିକାକୁ ଆଜି ବାଣପୁର ପୋଲିସ୍ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଏଥିସହିତ ଏହି ମାମଲାରେ ଜଣକୁ ପୋଲିସ ଗିରଫ କରିଛି। ତାଙ୍କ ନାମରେ କେସ୍ ନଂ-୧୭୧/୧୯ ରେ ଅପହରଣ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି। ଜାମିନୀ ନ ମିଳିବାରୁ ଅଭିଯୁକ୍ତକୁ ବାଣପୁର ଜେଲକୁ ପଠାଇଦିଆଯାଇଛି । ପୋଲିସର କହିବା ଅନୁସାରେ ବାଣପୁର ନିକଟସ୍ଥ ଏକ ଗ୍ରାମର ୧୫ ବର୍ଷ ଜଣେ ଝିଅ ଗତ ଜୁନ ମାସରୁ ନିଖୋଜ ଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅକୁ ପାଇ ନ ଥିଲେ। ଫଳରେ ପରିବାର ଲୋକ ବାଧ୍ୟ ହୋଇ ବାଣପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ସେହି ରିପୋର୍ଟକୁ ଆଧାର କରି ବାଣପୁର ପୋଲିସ୍ ଝିଅକୁ ବାଣପୁର ନିକଟସ୍ଥ ଅନ୍ୟ ଏକ ଗ୍ରାମରୁ ଉଦ୍ଧାର କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୬୬/୩୬୭/ପୋସ୍କୋ ଧାରା ଅନ୍ତର୍ଭୁକ୍ତ କରି ଗିରଫ କରାଯାଇଛି।