ଟ୍ବିଟ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ ଡୋର୍ସିଙ୍କ ଟ୍ବିଟ୍ଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ହ୍ୟାକର ଆକାଉଣ୍ଟରେ ଅନେକ ଅପମାନଜନକ ମେସେଜ ପୋଷ୍ଟ କରିଛନ୍ତି। ଟ୍ବିଟ୍ଟର ପକ୍ଷରୁ ଏ ନେଇ ସୂଚନା ଦେଇ ସ୍ପଷ୍ଟ କରାଯାଇଛି। ଟ୍ବିଟ୍ଟର ପ୍ରତିଷ୍ଠାତାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ପରେ ଏହାର ବ୍ୟବହାରକାରୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ଜ୍ୟାକ୍ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଥିବାବେଳେ କୋଟି କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟଙ୍କ କିପରି ସୁରକ୍ଷିତ ରହିବ ବୋଲି ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି। ବହୁ ବ୍ୟବହାରକାରୀ କ’ଣ ପାଇଁ ଟ୍ବିଟ୍ଟର ପ୍ରତିଷ୍ଠାତା ନିଜ ଆକାଉଣ୍ଟକୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେଶନ ନିରାପତ୍ତା ମଧ୍ୟରେ ରଖିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଟ୍ବିଟ୍ଟର ଏହାର ମୁଖ୍ୟଙ୍କ ଆକାଉଣ୍ଟକୁ ନିରାପଦ ରଖି ନ ପାରିବା ଅନେକ ବ୍ୟବହାରକାରୀଙ୍କୁ ବିବ୍ରତ କରିଛି।