ଚିଲିକା: ବାଣପୁର ମାଁ ଭଗବତୀଙ୍କ ପୀଠରେ ଭଗବତୀଙ୍କ ମହିମା ଆଧାରୀତ “ଜୟ ମାଁ ଭଗବତୀ ‘ଶୁଭାଙ୍ଗିନୀ କ୍ରିୟେସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗୀତକୁ ପବିତ୍ର ଦଶହରା ମଙ୍ଗଳବାର ଦିନ ପ୍ରଯୋଜକ ଗୋଲକ ବିହାରୀ ପରିଡା ଓ ଡ଼ଃ ପୁଷ୍ପା ଞ୍ଜଳୀ ପାଇକରାୟ ମାଙ୍କ ନିକଟରେ ପୂଜାର୍ଚ୍ଚନା କରି ମୁଖ୍ୟ ଦ୍ଵାର ନିକଟରେ ଶ୍ରୋତା ଙ୍କ ନିମନ୍ତେ ରିଲିଜ କରିଛନ୍ତି।
କବି ଦିଗମ୍ବର ବିଶ୍ୱାଳ ଙ୍କ ରଚିତ ଗୀତଟିକୁ ଯୁବ ସଂଗୀତ ନିର୍ଦ୍ଧେଶକ ବସନ୍ତ ମିଶ୍ର ସଂଗୀତରେ ସଜାଇ ଥିବା ବେଳେ ଶୈଳଭାମା ମହାପାତ୍ର ଓ ଭାଗିରଥି ପାଇକରାୟ କଣ୍ଠ ଦାନ କରିଛନ୍ତି। ଏହାର ବ୍ୟବସ୍ଥାପନା ଦାଇତ୍ୱ ରେ ଅଛନ୍ତି ନୀଳମାଧବ ପାଇକରାୟ। ଏହି ଗୀତରେ ମାଙ୍କର କିଛି ନୀତିକାନ୍ତି ଓ ଜାନିଯାତ୍ରାର ଭିଜୁଆଲ ସହ ଗୀତଟି ସୁନ୍ଦର ଭାବେ ପରିବେଷଣ କରାଯାଇଛି।
ଏହି କାର୍ଯ୍ୟ କ୍ରମରେ ପ୍ରଯୋଜକ ଗୋଲକ ବିହାରୀ ପରିଡା ଓ ଡ଼ଃ ପୁଷ୍ପା ଞ୍ଜଳୀ ପାଇକରାୟ, ଗୀତିକାର ଦିଗମ୍ବର ବିଶ୍ୱାଳ, କଣ୍ଠଶିଳ୍ପୀ ଭାଗିରଥି ପାଇକରାୟ, ଆଇନଜୀବି ରବୀନ୍ଦ୍ର ନାଥ ମାନାସିଂଙ୍କ ସମେତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ମାଙ୍କ ଭଜନଟି ଶ୍ରୋତା ମହଲରେ ଭକ୍ତି ଭାବ ଜାଗ୍ରତ କରାଇବା ସହ ଆଦୃତ ଲାଭ କରିବ ବୋଲି ଉଭୟ ପ୍ରଯୋଜକ ଓ ଶୁଭାଙ୍ଗିନୀ କ୍ରିଏସନ ଆଶାପୋଷଣ କରିଛନ୍ତି।


