Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ
ଆଜିର ଖବର

Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

October 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio IPO News
Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

Jio IPO News: ଜିଓ ପ୍ଲାଟଫର୍ମସର ଆଇପିଓରେ ବଡ଼ ଧରଣର ନିବେଶ ପାଇଁ ଆଗେଇ ଆସିଛନ୍ତି ଦେଶ ଓ ବିଶ୍ୱର ପ୍ରମୁଖ ସଂସ୍ଥାଗତ ନିବେଶକ। ୮,୧୧୦ କୋଟି ଟଙ୍କାର ଆଙ୍କର୍ ବୁକ୍ ପାଇଁ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂସ୍ଥାଗତ ଡିମାଣ୍ଡ ବା ଆବେଦନ ଆସିଛି। ଅର୍ଥାତ୍, ଆଙ୍କର୍ ନିବେଶକଙ୍କ ପାଇଁ ଉପଲବ୍ଧ ସେୟାର ତୁଳନାରେ ଚାହିଦା ୩୦ ଗୁଣରୁ ମଧ୍ୟ ଅଧିକ ରହିଛି। ଭାରତୀୟ ଆଇପିଓ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଇସ୍ୟୁ ପାଇଁ ସଂସ୍ଥାଗତ ନିବେଶକଙ୍କ ଡିମାଣ୍ଡ ଅଢେଇ ଲକ୍ଷ କୋଟି ଟଙ୍କାର ସୀମା ଅତିକ୍ରମ କରିଛି।

ଏହି ରେକର୍ଡ ଡିମାଣ୍ଡର ଅନ୍ୟ ଏକ ବିଶେଷ ଦିଗ ହେଉଛି ଜିଓ ଉପରେ ଆସ୍ଥା ପ୍ରକଟ କରିଥିବା ସଂସ୍ଥାଗତ ନିବେଶକଙ୍କ ତାଲିକା। ଏଥିରେ ସେହି ସଂସ୍ଥାଗୁଡ଼ିକ ସାମିଲ ଅଛନ୍ତି, ଯେଉଁମାନଙ୍କ ନିକଟରେ ସାଧାରଣ ନିବେଶକମାନେ ନିଜ ସଞ୍ଚୟ ଓ ନିବେଶର ଏକ ବଡ଼ ଅଂଶ ରଖିଥାନ୍ତି। ଏଲଆଇସି ସହିତ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍, ଏଚଡିଏଫ୍‌ସି ମ୍ୟୁଚୁଆଲ୍ ଫଣ୍ଡ୍, ଆଇସିଆଇସିଆଇ ପୃଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ୍, କୋଟକ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ନିପ୍ପନ୍ ମ୍ୟୁଚୁଆଲ୍ ଫଣ୍ଡ୍ ଭଳି ଦେଶର ପ୍ରମୁଖ ନିବେଶ ସଂସ୍ଥା ଆଙ୍କର୍ ବୁକ୍‌ରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ, ବ୍ଲାକରକ୍, କ୍ୟାପିଟାଲ୍ ଗ୍ରୁପ, ଫିଡେଲିଟି, ଶ୍ରୋଡର୍ସ, ଜେପି ମୋର୍ଗାନ୍ ଆସେଟ୍ ମ୍ୟାନେଜମେଣ୍ଟ ଏବଂ ଆଲିଆଞ୍ଜ୍ ଭଳି ବିଶ୍ୱସ୍ତରୀୟ ପ୍ରମୁଖ ନିବେଶକ ମଧ୍ୟ ଏଥିରେ ଭାଗ ନେଇଛନ୍ତି।

କେବଳ ମ୍ୟୁଚୁଆଲ୍ ଫଣ୍ଡ୍ ନୁହେଁ, ଦୀର୍ଘକାଳୀନ ନିବେଶକମାନେ ମଧ୍ୟ ଜିଓ ସହ ଦୃଢ଼ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜିଆଇସି, ଏଡିଆଇଏ, କ୍ୟୁଆଇଏ ଏବଂ ନର୍ଗେସ୍ ଭଳି ସାର୍ବଭୌମ ନିବେଶ ପାଣ୍ଠି ସହିତ କାଲିଫର୍ଣ୍ଣିଆ ଷ୍ଟେଟ୍ ଟିଚର୍ସ ରିଟାୟରମେଣ୍ଟ, ଫ୍ଲୋରିଡା ରିଟାୟରମେଣ୍ଟ ସିଷ୍ଟମ୍, ଏସବିଆଇ ପେନସନ୍, ଏଚଡିଏଫସି ପେନସନ୍, ଆଇସିଆଇସିଆଇ ପେନସନ୍ ଏବଂ ୟୁଟିଆଇ ପେନସନ୍ ଭଳି ପେନସନ୍ ପାଣ୍ଠି ମଧ୍ୟ ଆଙ୍କର୍ ନିବେଶକଙ୍କ ତାଲିକାରେ ରହିଛନ୍ତି।

ଆଙ୍କର୍ ବୁକ୍‌ରେ ୨୦୦ରୁ ଅଧିକ ନିବେଶକ ସଂସ୍ଥା ଓ ଫଣ୍ଡ୍ ସ୍କିମ୍ ଭାଗ ନେଇଛନ୍ତି। ଡ୍ରାଗୋନିୟର୍, ଜାନସ୍ ହେଣ୍ଡରସନ୍ ଏବଂ ନାଇଣ୍ଟି ୱାନ୍ ଭଳି ବିଶ୍ୱସ୍ତରୀୟ ପ୍ରଯୁକ୍ତି କ୍ଷେତ୍ରର ବିଶେଷଜ୍ଞ ନିବେଶକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଏନାମ୍, ପ୍ରେମଜି ଏବଂ ଏଚସିଏଲ୍ ଭଳି ଭାରତୀୟ ଫ୍ୟାମିଲି ଅଫିସ୍ ମଧ୍ୟ ଜିଓ ଆଇପିଓର ଆଙ୍କର୍ ନିବେଶକ ହୋଇଛନ୍ତି।

ଆବଣ୍ଟନ ଦୃଷ୍ଟିରୁ ଏଲଆଇସିକୁ ସର୍ବାଧିକ ୫୦୦ କୋଟି ଟଙ୍କାର ଅଂଶଧନ ଆବଣ୍ଟନ କରାଯାଇଛି। ବ୍ଲାକରକ୍, କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍, ଫିଡେଲିଟି ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ, ଜିଆଇସି, ଏଚଡିଏଫସି ମ୍ୟୁଚୁଆଲ୍ ଫଣ୍ଡ୍, ଆଇସିଆଇସିଆଇ ପୃଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ପ୍ରାୟ ୪୨୫ କୋଟି ଟଙ୍କା ଲେଖାଏଁ ଅଂଶଧନ ଆବଣ୍ଟନ କରାଯାଇଛି। ମୋଟ ଆଙ୍କର୍ ବୁକ୍ ର ମୂଲ୍ୟ ୮,୧୧୦ କୋଟି ଟଙ୍କା ରହିଛି।
ସୂଚନାଯୋଗ୍ୟ ଯେ ଦେଶର ଏଯାବତ ସର୍ବବୃହତ କୁହାଯାଉଥିବା ଜିଓ ପ୍ଲାଟଫର୍ମସର ଆଇପିଓ ସବସ୍କ୍ରିପସନ ସାଧାରଣ ନିବେଶକଙ୍କ ପାଇଁ ଅକ୍ଟୋବର ୨୧ରୁ ଅକ୍ଟୋବର ୨୩ ତାରିଖ ଯାଏଁ ଖୋଲିବାକୁ ଯାଉଛି।

IPO Jio IPO Reliance JIO ଜିଓ ଆଇପିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026

ଲୁଣା ନଦୀରେ ବୁଡ଼ି ୩ ନାବାଳକ ମୃତ

October 20, 2026

ବାଣପୁର ମାଁ ଭଗବତୀଙ୍କ ପୀଠରେ ‘ଜୟ ମାଁ ଭଗବତୀ’ ଗୀତ ରିଲିଜ

October 20, 2026

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026
Latest News

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026

ଲୁଣା ନଦୀରେ ବୁଡ଼ି ୩ ନାବାଳକ ମୃତ

October 20, 2026

Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

October 20, 2026

Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.