Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା
ବିଶେଷ ଖବର

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Low-pressure area to form on the 23rd; weather change and possibility of rain in Odisha
Low-pressure area to form on the 23rd; weather change and possibility of rain in Odisha

ଭୁବନେଶ୍ୱର: ଶରତଋତୁର ଶେଷ ଆଡ଼କୁ ପୁଣିଥରେ ବଙ୍ଗୋପସାଗରରେ ପାଣିପାଗରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଥାଇଲାଣ୍ଡ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ରହିଥିବା ଏକ ଘୂର୍ଣ୍ଣିବଳୟର ପ୍ରଭାବ ଏବେ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏହି ପ୍ରଣାଳୀର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି, ଯାହାକି ଆଗାମୀ ଦିନର ପାଣିପାଗ ଗତିପଥକୁ ପ୍ରଭାବିତ କରିବ।

ପ୍ରାପ୍ତ ସୂଚନା ମୁତାବକ, ବର୍ତ୍ତମାନ ପୂର୍ବପଟୁ ସକ୍ରିୟ ଥିବା ଏହି ଘୂର୍ଣ୍ଣିବଳୟଟି କ୍ରମଶଃ ଆଗକୁ ବଢ଼ି ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିସାରିଛି। ସାମୁଦ୍ରିକ ବାତାବରଣ ଏବଂ ଅନୁକୂଳ ପରିସ୍ଥିତି କାରଣରୁ ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୩ ତାରିଖ ସୁଦ୍ଧା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରର ରୂପ ନେବ। ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏହି ଗତିପଥ ଏବଂ ସାମୁଦ୍ରିକ ଘନୀଭୂତ ପ୍ରକ୍ରିୟା ଉପରେ ଏବେ ପାଣିପାଗ ବିଭାଗର ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି।

ଅନ୍ୟ ଏକ ଆକଳନ ଅନୁଯାୟୀ, ଆସନ୍ତା ଅକ୍ଟୋବର ଶେଷ ବେଳକୁ ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଏକ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ କିମ୍ବା ତାଠାରୁ ଅଧିକ ଭୟଙ୍କର ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ପବନର ବେଗ ସର୍ବାଧିକ ୧୨୦ ରୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେବେ ଏହା ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ କି ନାହିଁ, ସେ ସମ୍ପର୍ଣ୍ଣ ସ୍ପଷ୍ଟ ଚିତ୍ର ଆସନ୍ତା ୨୫ ତାରିଖ ପରେ ହିଁ ସାମ୍ନାକୁ ଆସିବ।

ପାଣିପାଗ ବିଜ୍ଞାନୀଙ୍କ ମତ ଅନୁଯାୟୀ, ବର୍ତ୍ତମାନ ଥାଇଲ୍ୟାଣ୍ଡ ଏବଂ ମିଆଁମାର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାକି ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭିନ୍ନ ପାଣିପାଗ ମଡେଲ୍ ଏବଂ ବିଶ୍ଳେଷଣରୁ ଏହା ଅବପାତ କିମ୍ବା ସିଧାସଳଖ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଥିବାରୁ ସାଧାରଣରେ ଚିନ୍ତା ବଢ଼ିବାରେଲାଗିଛି।

ଅନ୍ୟପକ୍ଷରେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ ଏଯାଏଁ କୌଣସି ଆନୁଷ୍ଠାନିକ ପୂର୍ବାନୁମାନ କରାଯାଇ ନଥିଲେ ମଧ୍ୟ ଦେଶର ଅନ୍ୟାନ୍ୟ ସ୍ଥାନରେ ବର୍ଷାର ପ୍ରଭାବ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ତାମିଲନାଡ଼ୁ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାରୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାମିଲନାଡ଼ୁ, ପୁଡୁଚେରୀ ଏବଂ କାରାଇକାଲ୍ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ଏହାଛଡ଼ା ଲକ୍ଷଦ୍ୱୀପ, କେରଳ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ରହିଛି। ବିଶେଷ କରି ଲଘୁଚାପ ଗଠନ ହେବା ପରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଘଟିବା ସହ କିଛି କିଛି ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରକୃତି, ଦିଗ ଏବଂ କ୍ଷମତା ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ସାଧାରଣତଃ ଏହି ସମୟରେ ସୃଷ୍ଡ ହେଉଥିବା ପ୍ରଣାଳୀଗୁଡ଼ିକ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରଭାବ ପକାଉଥିବାରୁ ପ୍ରଶାସନ ଏବଂ ସାଧାରଣ ଜନତା ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଆସିବାକୁଥିବା ପାଣିପାଗ ବୁଲେଟିନ୍ ଏବଂ ସରକାରୀ ପୂର୍ବାନୁମାନକୁ ଅନୁସରଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ଘୂର୍ଣ୍ଣିବଳୟ ଭାରତୀୟ ପାଣିପାଗ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 21, 2026

ଜନ୍ତର ମନ୍ତର ଗେଟ୍ ଡେଇଁବା ବିବାଦ: ପଛକୁ ହଟିଲେ ସିଜେପି ନେତା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026

ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌

October 21, 2026
Latest News

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 21, 2026

ଜନ୍ତର ମନ୍ତର ଗେଟ୍ ଡେଇଁବା ବିବାଦ: ପଛକୁ ହଟିଲେ ସିଜେପି ନେତା

October 21, 2026

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.